Advertisment

ଦିନ ଦି’ ପହରରେ ଦୋକାନରେ ପଶିଲେ, ଭଙ୍ଗାରୁଜା କରି ପଳାଇଲେ

ଆକ୍ରମଣ ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଶ୍ରୀ ଦଳାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜୟପାଟଣା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Dharmagarh

Dharmagarh

Advertisment

ଦିନ ଦି’ ପହରରେ ୩ରୁ ୪ ଜଣ ଯୁବକ ମାରଣାସ୍ତ୍ର ଧରି ଦୋକାନରେ ପଶିଲେ। ଭଙ୍ଗାରୁଜା କରିଥିଲେ। ବିରୋଧ କରିବାରୁ ଦୋକାନୀ ପିଟି ଲହୁଲୁହାଣ କଲେ। ଆଜି ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଘଟିଛି। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ।

Advertisment

ମୁଖିଗୁଡ଼ା ବଜାରରେ ରଞ୍ଜନ ଦଳାଇଙ୍କର ଗୋଟିଏ ସୋଡା ଦୋକାନ୍‌ ରହିଛି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଦୋକାନରେ ଶ୍ରୀ ଦଳାଇ ବସିଥିଲେ। ଦୋକାନ ଏକ ପ୍ରକାର ଫାଙ୍କା ଥିଲା। ଠିକ୍‌ ସେହି ସମୟରେ ୩ରୁ ୪ ଜଣ ଯୁବକ ହାତରେ ଲୁହା ରଡ୍‌ ଓ ଅନ୍ୟାନ ମାରଣାସ୍ତ୍ର ଧରି ସୋଡା ଦୋକାନରେ ପଶିଥିଲେ। ଶ୍ରୀ ଦଳାଇଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ଦୋକାନରେ ଭଙ୍ଗାରୁଜା ଆରମ୍ଭ କରିଥିଲେ। ଶ୍ରୀ ଦଳାଇ ବିରୋଧ କରିବାରୁ ତାଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଆକ୍ରମଣ ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଶ୍ରୀ ଦଳାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜୟପାଟଣା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଖବର ପାଇ ଜୟପାଟଣା ଥାନା ପୁଲିସ ମୁଖିଗୁଡ଼ା ବଜାରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଦୁର୍ବୃତ୍ତଙ୍କୁ ପୁଲିସ ଧରିପାରି ନାହିଁ। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାର ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଦିନ ଦି’ପହରରେ ଏମିତି ଆକ୍ରମଣକୁ ସାଧାରଣରେ ନିନ୍ଦା କରାଯାଉଛି।

Advertisment

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe