/odisha-reporter/media/post_attachments/uploads/2021/03/kalahandi.jpg)
kalahandi
କଳାହାଣ୍ଡି (ରାଜକୁମାର ସିଂହଦେଓ): କିରାଣିଙ୍କୁ ପାଖାପାଖି ୨୯ ଲକ୍ଷ ଟଙ୍କାର ଜୋରିମାନା ସହ ୭ ବର୍ଷର ଜେଲ୍ ଦଣ୍ଡାଦେଶ। କିରାଣି ଜଣକ ହେଉଛନ୍ତି ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟର ପ୍ରଦୀପ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ଦଣ୍ଡାଦେଶ ଶୁଣାଯାଇଛି।
Advertisment
୨୦୧୪ ମସିହା ଜୁଲାଇ ମାସରେ ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହା ପରଠାରୁ ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ମାମଲା ଚାଲିଥିଲା। ଆଜି କୋର୍ଟ ଏହାର ରାୟ ଶୁଣାଇଛନ୍ତି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରଦୀପଙ୍କୁ ୨୮.୫୭ ଲକ୍ଷ ଟଙ୍କାର ଜୋରିମାନା ସହ ୭ ବର୍ଷର ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
