Advertisment

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କଳାହାଣ୍ଡିର କୁନି ପୁଅ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ୯ ଫୁଟର ତିନୋଟି ଖମ୍ବକୁ ମାତ୍ର ୩୭ ସେକେଣ୍ଡରେ ଚଢ଼ି ହାସଲ କରିଛନ୍ତି ରେକର୍ଡ। ଏହା କୌଣସି ବଡ଼ ଲୋକ କରିନାହାନ୍ତି ବରଂ କରି ଦେଖାଇଛନ୍ତି ଜଣେ ୫ ବର୍ଷର କୁନି ପୁଅ। ସେହି କୁନି ପୁଅ ଜଣକ ହେଉଛି ସ୍ୱୟଂଶିବ। ଏତେ କମ୍ ସମୟରେ ତିନୋଟି ଖମ୍ବ ଚଢ଼ି ସ୍ୱୟଂଶିବ ମାତ୍ର ୫ ବର୍ଷ ବୟସରେ ଇଣ୍ଡିଆ ବୁକ୍ତ‍ ଅଫ୍ଅ‍ ରେକର୍ଡରେ ସ୍ଥାନ ପାଇଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଏକ […]

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କଳାହାଣ୍ଡିର କୁନି ପୁଅ

swayamsiba1

Advertisment

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ୯ ଫୁଟର ତିନୋଟି ଖମ୍ବକୁ ମାତ୍ର ୩୭ ସେକେଣ୍ଡରେ ଚଢ଼ି ହାସଲ କରିଛନ୍ତି ରେକର୍ଡ। ଏହା କୌଣସି ବଡ଼ ଲୋକ କରିନାହାନ୍ତି ବରଂ କରି ଦେଖାଇଛନ୍ତି ଜଣେ ୫ ବର୍ଷର କୁନି ପୁଅ। ସେହି କୁନି ପୁଅ ଜଣକ ହେଉଛି ସ୍ୱୟଂଶିବ। ଏତେ କମ୍ ସମୟରେ ତିନୋଟି ଖମ୍ବ ଚଢ଼ି ସ୍ୱୟଂଶିବ ମାତ୍ର ୫ ବର୍ଷ ବୟସରେ ଇଣ୍ଡିଆ ବୁକ୍ତ‍ ଅଫ୍ଅ‍ ରେକର୍ଡରେ ସ୍ଥାନ ପାଇଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଏକ ପଲ୍ଲୀ ଗାଁ ଚିଲ୍ଲିଗୁଡାରେ ରୁହନ୍ତି ସ୍ୱୟଂଶିବ। ସେ ୩ ବର୍ଷ ବୟସରୁ ଖମ୍ୱ ଚଢିବାର ନିଶା। ୯ ଫୁଟ ଲମ୍ୱର ୩ଟି ଖମ୍ୱକୁ ୩୭ ସେକେଣ୍ଡରେ ଚଢି ଏବେ ସେ ଇଣ୍ଡିଆ ବୁକ୍ସ‍ ଅଫ୍। ରେକର୍ଡରେ ସ୍ଥାନ ପାଇଛନ୍ତି। ସ୍ୱୟଂଶିବ ହେଉଛନ୍ତି ସମୀର ଯୋଶୀ ଏବଂ ସାଗରିକା ଯୋଶୀଙ୍କ ଏକମାତ୍ର ପୁତ୍ର। ଏବେ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା। କାରଣ ସେ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। କିନ୍ତୁ ସ୍ୱୟଂଶିବ ବଡ଼ ହେଲେ କମାଣ୍ଡୋ ହେବେ ବୋଲି କହିଛନ୍ତି।

ଦେଶର ସୈନିକ ମାନେ କରୁଥିବା ବିଭିନ୍ନ ଅଭ୍ୟାସକୁ ସେ ଟିଭି ଓ ମୋବାଇଲରେ ଦେଖି ଏହି ପ୍ରେରଣା ପାଇଛନ୍ତି। ଏବଂ ମନ ଭିତରେ କମାଣ୍ଡୋ ହେବା ଏହି ଛୋଟବେଳୁ ହିଁ ତାଙ୍କ ନିଶା ହୋଇଥିଲା। ଛୋଟବେଳୁ ସେ ଖମ୍ୱ ଗୁଡିକୁ ଦେଖିଲେ ଚଢିଯାଉଥିଲେ। ତାଙ୍କର ଏହି ନିଶା ଦେଖି ପରିବାର ଲୋକଙ୍କ ପ୍ରେରଣା ଯୋଗୁଁ ସେ ଆଜି ଏହି ରେକର୍ଡ କରି ପାରିଛନ୍ତି।

Advertisment

ଛୋଟବେଳୁ ସେ କୌଣସି ଖମ୍ୱକୁ ଦେଖିଲେ ଥୟ ଧରି ପାରୁନଥିଲେ। ସେ କିପରି ଖମ୍ୱଗୁଡିକୁ ଚଢ଼ି ନ ପାରିବେ ଘର ଲୋକେ ସେଥିରେ ତେଲ ଲଗାଇ ଦେଉଥିଲେ। ତେବେ ପରିବାର ଲୋକଙ୍କ ବାରଣ ମଧ୍ୟ ତାଙ୍କ ଏହି ନିଶାକୁ ଅଟକାଇ ପାରିନଥିଲା। ସ୍ୱୟଂଶିବର ଆଗ୍ରହ ଦେଖି ଜେଜେ ଶଶୀଶେନ ଯୋଶୀ ନିଜେ ତାଙ୍କୁ ଖମ୍ୱ ଚଢିବା ତାଲିମ ଦେଲେ। ସେ ଅତି ସରୁରୁ ସରୁ ଖମ୍ଭକୁ ଚଢିବାରେ ମାହିର। ଆଉ ଏବେ ମାତ୍ର ୩୭ ସେକେଣ୍ଡରେ ସେ ତିନୋଟି ଖମ୍ବ ଚଢି ଏହି ରେକର୍ଡ ସୃଷ୍ଟି କରି କଳାହାଣ୍ଡି ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe