Advertisment

ଦିନ ଥିଲା କାନ୍ଦୁଥିଲି: ଦାନ ମାଝିଙ୍କ ଝିଅ

କଳାହାଣ୍ଡି(ରାଜ କୁମାର ସିଂଦେଉ): ଦିନ ଥିଲା କାନ୍ଦୁଥିଲି। ସରକାର ସାହାଯ୍ୟ କଲେ। ମୁଁ ପାଠ ପଢ଼ିପାରିଲି। ମ୍ୟାଟ୍ରିକ୍‌ ପାସ୍‌ କରିଥିବାରୁ ବହୁତ ଖୁସି ଲାଗୁଛି। ସରକାର ସାହାଯ୍ୟ କଲେ ମୁଁ ଆଗକୁ ପଢ଼ିପାରିବ ବୋଲି କହିଛନ୍ତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝୀ । ୫ ବର୍ଷ ପୂର୍ବେ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ ଦାନ ମାଝି । ଏହି ସମୟରେ ସାଙ୍ଗରେ ଥିଲେ ଝିଅ ଚାନ୍ଦିନୀ । ସେଇ ଚାନ୍ଦିନୀ ଏବେ ମ୍ୟାଟିକ୍‌ […]

author-image
Tapas Behera
ଦିନ ଥିଲା କାନ୍ଦୁଥିଲି: ଦାନ ମାଝିଙ୍କ ଝିଅ

6vf

କଳାହାଣ୍ଡି(ରାଜ କୁମାର ସିଂଦେଉ): ଦିନ ଥିଲା କାନ୍ଦୁଥିଲି। ସରକାର ସାହାଯ୍ୟ କଲେ। ମୁଁ ପାଠ ପଢ଼ିପାରିଲି। ମ୍ୟାଟ୍ରିକ୍‌ ପାସ୍‌ କରିଥିବାରୁ ବହୁତ ଖୁସି ଲାଗୁଛି। ସରକାର ସାହାଯ୍ୟ କଲେ ମୁଁ ଆଗକୁ ପଢ଼ିପାରିବ ବୋଲି କହିଛନ୍ତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝୀ । ୫ ବର୍ଷ ପୂର୍ବେ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ ଦାନ ମାଝି । ଏହି ସମୟରେ ସାଙ୍ଗରେ ଥିଲେ ଝିଅ ଚାନ୍ଦିନୀ । ସେଇ ଚାନ୍ଦିନୀ ଏବେ ମ୍ୟାଟିକ୍‌ ପାସ କରିଛନ୍ତି।

Advertisment

ଚାନ୍ଦିନୀ ହେଉଛନ୍ତି ଦାନଙ୍କ ବଡ଼ ଝିଅ । ଝିଅ ମାଟ୍ରିକ୍‍ ପାସ ଶୁଣିବା ପରେ ଖୁସିରେ ଆତ୍ମ ବିଭୋର ହୋଇଛନ୍ତି ଦାନ ମାଝି । ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ଦୁର୍ଗମ ନାକରୁଣ୍ଡି ମେଲଘରା ଗାଆଁର ଦାନ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା।

ପରେ ତାଙ୍କ ପରିବାରକୁ ରାଜ୍ୟ ସରକାର ବହୁ ସହାୟତା ଯୋଗାଇ ଦେଇଥିବା ବେଳେ ତାଙ୍କ ଝିଅ ଭୁବନେଶ୍ୱରର ଏକ ଘରୋଇ ହଷ୍ଟେଲ ରହି ପାଠ ପଢୁଥିଲେ।  ଏବେ ତାଙ୍କ ବଡ଼ଝିଅ ମାଟ୍ରିକ୍‍ ପାଶ୍‍ କରିପାରିଛି । ମୋଟ ୨୮୦ମାର୍କ ରଖି ଉତିର୍ଣ ହୋଇଛନ୍ତି। ଏହାକୁ ନେଇ ଦାନ ମାଝିଙ୍କ ପରିବାର ତଥା ଗାଁ ରେ ଖୁସିର ମହୋଲ ଦେଖା ଦେଇଛି।  ଚାନ୍ଦିନୀଙ୍କ ସମେତ ତାଙ୍କ ସାନ ୨ ଭଉଣୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ପାଠ ପଢ଼ୁଛନ୍ତି। ତାଙ୍କ ପାସ୍‌ ଖବର ଶୁଣି ପରିବାର ତଥା ଗାଁ ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

Advertisment