Advertisment

ଜାମତରାରୁ ଧରାପଡ଼ିଲା ସାଇବର ଠକେଇ ଗ୍ୟାଙ୍ଗ, ୩ ଗିରଫ

କଳାହାଣ୍ଡି (ରାଜକୁମାର ସିଂହଦେଓ): ସାଇବର ଠକେଇର ପେଣ୍ଠସ୍ଥଳୀ କୁହାଯାଉଥିବା ଝାଡ଼ଖଣ୍ଡର ଜାମତରାରୁ ଧରା ପଡ଼ିଛନ୍ତି ତିନି ପେସାଦାର ସାଇବର୍ ଠକ। କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ଯୁବ ବ୍ୟବସାୟୀଙ୍କ ଠାରୁ UPI ନମ୍ବର ନେଇ ଏମାନେ ଲୁଟି ଥିଲେ ବିପୁଳ ପରିମାଣର ଟଙ୍କା। ଆଉ ଶେଷରେ କଳାହାଣ୍ଡି ପୁଲିସ୍ ଦ୍ୱାରା ଧରା ପଡ଼ିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍। ଗିରଫ ହୋଇଥିବା ତିନି ସାଇବର୍ ଠକ ହେଉଛନ୍ତି ଜାମତରା ଅଞ୍ଚଳର ରଇସ ଅନସାରୀ, ମହମ୍ମଦ ସଜ୍ଜାଦ ଓ ଅବଦୁଲ୍ […]

ଜାମତରାରୁ ଧରାପଡ଼ିଲା ସାଇବର ଠକେଇ ଗ୍ୟାଙ୍ଗ, ୩ ଗିରଫ

jamtara

Advertisment

କଳାହାଣ୍ଡି (ରାଜକୁମାର ସିଂହଦେଓ): ସାଇବର ଠକେଇର ପେଣ୍ଠସ୍ଥଳୀ କୁହାଯାଉଥିବା ଝାଡ଼ଖଣ୍ଡର ଜାମତରାରୁ ଧରା ପଡ଼ିଛନ୍ତି ତିନି ପେସାଦାର ସାଇବର୍ ଠକ। କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ଯୁବ ବ୍ୟବସାୟୀଙ୍କ ଠାରୁ UPI ନମ୍ବର ନେଇ ଏମାନେ ଲୁଟି ଥିଲେ ବିପୁଳ ପରିମାଣର ଟଙ୍କା। ଆଉ ଶେଷରେ କଳାହାଣ୍ଡି ପୁଲିସ୍ ଦ୍ୱାରା ଧରା ପଡ଼ିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍। ଗିରଫ ହୋଇଥିବା ତିନି ସାଇବର୍ ଠକ ହେଉଛନ୍ତି ଜାମତରା ଅଞ୍ଚଳର ରଇସ ଅନସାରୀ, ମହମ୍ମଦ ସଜ୍ଜାଦ ଓ ଅବଦୁଲ୍ ଅନସାରୀ।

Advertisment

ଗତ ଜୁନ୍ ମାସ ୧ ତାରିଖରେ କେସିଙ୍ଗାର ଜଣେ ବ୍ୟବସାୟୀ ଅନଲାଇନରେ କିଛି ଜିନିଷ ବୁକ କରିଥିଲେ। ହେଲେ ତାଙ୍କ ପାଖକୁ ସେହି ଜିନିଷ ଡେଲିଭରୀ ହୋଇନଥିଲା। ଦୀର୍ଘ ଦିନ ଧରି ବିଳମ୍ବ ହେବାରୁ ସେ ଗୁଗଲରୁ ସର୍ଚ୍ଚ କରି ସମ୍ପୃକ୍ତ ନମ୍ବରରେ କଥା ହୋଇଥିଲେ। ଏହି ଫୋନ୍ ସିଧା ଜାମତରାକୁ ଲାଗିଥିଲା। ତାଙ୍କୁ ସାଇବର୍ ଠକ ଫୋନ୍ କରି UPI ନମ୍ବର ମାଗିଥିଲେ। ୟୁପିଆଇ ନମ୍ବର ଦେବା ପରେ ତାଙ୍କ ଆକାଉଣ୍ଟରୁ ପାଖାପାଖି ୮୯ ହଜାର ଟଙ୍କା ଚୁଟକୀରେ ଗାଏବ ହୋଇଯାଇଥିଲା। ଏହାପରେ ତାଙ୍କ ମୋବାଇଲକୁ ବ୍ୟାଙ୍କରୁ ମେସେଜ ଆସିଥିଲା। ସେ ଜାଣି ପାରିଲେ କି ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି। ସେ ତୁରନ୍ତ କେସିଙ୍ଗା ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ।

କଳାହାଣ୍ଡି ପୁଲିସ ତତ୍ପରତା ଦେଖାଇ ତଦନ୍ତ କରିଥିଲା। ପୁଲିସ୍ ଠକେଇ ଅଭିଯୋଗରେ ଝାରଖଣ୍ଡ ଜାମତରାରୁ ୩ ଜଣ ପେସାଦାର ସାଇବର ଠକଙ୍କୁ ଗିରଫ କରିଥିଲା। ଗିରଫ ତିନି ଅଭିଯୁକ୍ତ ପୂର୍ବରୁ ପ୍ରାୟ ୫୦ ଲକ୍ଷ ଊର୍ଦ୍ଧ୍ୱ ଟଙ୍କାର ସାଇବର ଠକେଇ କରିଥିବା ପ୍ରାଥମିକ ତଦନ୍ତ ଜଣାପଡିଛି।

Advertisment

କୋରିଆରରୁ ସାମଗ୍ରୀ ଛଡାଇବା ପାଇଁ ଗ୍ରାହକ ମାନଙ୍କ ସର୍ବିଶେଷ ତଥ୍ୟ ନେଇ ଟାର୍ଗେଟ କରୁଥିଲେ ସାଇବର ଠକ। କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ତଦନ୍ତ କରି ଝାରଖଣ୍ଡରେ ଉକ୍ତ ସାଇବର ଠକ ଗ୍ୟାଙ୍ଗକୁ ଠାବ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe