Advertisment

କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ରାକେଟ

କଳାହାଣ୍ଡି(ରାଜ କୁମାର ସିଂଦେଉ): କଳାହାଣ୍ଡି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ବାଘ ଛାଲ ରାକେଟ ଧରା ପଡିଛି। ଏହି ରାକେଟ ନିକଟରୁ  ତିନୋଟି ବାଘ ଛାଲ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଅଟକ କରିଛି ବନ ବିଭାଗ। ସୂଚନା ମୁତାବକ ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ ପ୍ରଥମେ ସୁରାକ ପାଇ କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ନିୟନ୍ତ୍ରଣ ବିଭାଗ, ଛତିଶଗଡ ବନ ବିଭାଗ ଆଉ ଓଡିଶା ବନ ବିଭାଗର ମିଳିତ ଭାବେ […]

author-image
Tapas Behera
କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ରାକେଟ

70

କଳାହାଣ୍ଡି(ରାଜ କୁମାର ସିଂଦେଉ): କଳାହାଣ୍ଡି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ବାଘ ଛାଲ ରାକେଟ ଧରା ପଡିଛି। ଏହି ରାକେଟ ନିକଟରୁ  ତିନୋଟି ବାଘ ଛାଲ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଅଟକ କରିଛି ବନ ବିଭାଗ। ସୂଚନା ମୁତାବକ ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ ପ୍ରଥମେ ସୁରାକ ପାଇ କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ନିୟନ୍ତ୍ରଣ ବିଭାଗ, ଛତିଶଗଡ ବନ ବିଭାଗ ଆଉ ଓଡିଶା ବନ ବିଭାଗର ମିଳିତ ଭାବେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଚଢ଼ାଉ କରାଯାଇଥିଲା ।

Advertisment

ଏହି ଚଢ଼ାଉରେ କଳାହାଣ୍ଡି ଜିଲ୍ଲାର ୪ ଜଣ ହୋଇଥିବା ବେଳେ  ଅନ୍ୟ ମାନଙ୍କୁ ଧରିବା ପାଇଁ ବନ ବିଭାଗ ଓ କେନ୍ଦ୍ରୀୟ ବନ୍ୟ ପ୍ରାଣୀ ବିଭାଗ ତଦନ୍ତ ଜାରି ରଖିଛି । ଘଟଣାରେ  ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ଅମାଠର କାର୍ତ୍ତିକ ରଣାଙ୍କୁ ଅଟକ ରଖାଯାଇଛି।

ଖରିଆର ବନ ବିଭାଗ ଓ ମ.ରାମପୁର ବନ ବିଭାଗ ପ୍ରଥମେ ପଲମ ନିକଟରୁ ବାଇକରେ ବାଘ ଦାନ୍ତ ଥିବା ଜାଣିବାକୁ ପାଇଥିଲା। ପ୍ରଥମେ ସେମାନଙ୍କୁ ଧରିବା ପରେ  ଏଥିରେ ସମ୍ପୃକ୍ତ ଥିବା ଅନ୍ୟ  ମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।। ଏହି ଚଢ଼ାଉରେ କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ନିୟନ୍ତ୍ରଣ ବିଭାଗ,ଛତିଶଗଡ଼ ବନ ବିଭାଗ ର ଅଧିକାରୀ ଓ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ କୁମାର ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Advertisment