Advertisment

କର୍ଲାପାଟ ଅଭୟାରଣ୍ୟରେ ଦନ୍ତାହାତୀର ମୃତ୍ୟୁ

ମାର୍ଚ୍ଚ ୪ ତାରିଖରେ କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡି ଜଙ୍ଗଲରେ ହାତୀ ଓ ହାତୀ ମଧ୍ୟରେ ଲଢ଼େଇ ହୋଇଥିଲା। ଫଳରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା।

author-image
Manoranjan Sial
Karlapat sanctuary

Karlapat sanctuary

କର୍ଲାପାଟ ଅଭୟାରଣ୍ୟରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ହାତୀ ଓ ହାତୀ ମଧ୍ୟରେ ଲଢ଼େଇରୁ ୪ ଦିନ ତଳେ ମୃତ୍ୟୁ ଘଟିଛି। ଏନେଇ କଳାହାଣ୍ଡି ଡିଏଫ୍‌ଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ମାର୍ଚ୍ଚ ୪ ତାରିଖରେ କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡି ଜଙ୍ଗଲରେ ହାତୀ ଓ ହାତୀ ମଧ୍ୟରେ ଲଢ଼େଇ ହୋଇଥିଲା। ଫଳରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ତର ବରିଆ ଭାବେ ହାତୀ ମୃତଦେହକୁ ବ୍ୟବଚ୍ଛେଦ କରି ଜଙ୍ଗଲରେ ପୋତି ଦେଇଥିଲା।

ସୂଚନାରୁ ପ୍ରକାଶ, ୨୦୨୧ ଫେବୃଆରୀ ମାସରେ କର୍ଲାପଟ ଅଭୟାରଣ୍ୟରେ ୭ଟି ହାତୀ ମୃତ୍ୟୁ ବରଣ କରିଥିଲେ। ସେଫ୍‌ଟି ସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସେତେବେଳେ ଏହି ଘଟଣା ସରା ରାଜ୍ୟରେ ଆଲୋଚ୍ୟ ବିଷୟ ପାଲଟିଥିଲା। ରୋଗର କାରଣ ଜଣାପଡ଼ିବା ପରେ ବନ ବିଭାଗ ତତ୍ପର ହୋଇଥିଲା।

Advertisment

ରିପୋର୍ଟ-ଭବାନୀପାଟଣାରୁ ରାଜକୁମାର ସିଂହଦେ

Kalahandi Forest