Advertisment

ଲକ୍ଷେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ

କଳାହାଣ୍ଡି (ରାଜକୁମାର ସିଂଦେଓ): ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସିଡିପିଓ। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଆଇସିଡିଏସ ସିଡିପିଓ ପୁଷ୍ପାଞ୍ଜଳି ରଥ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଥୁଆମୁଳ ରାମପୁର ବ୍ଲକର ଅଙ୍ଗନୱାଡି କର୍ମୀ ଚୟନ ପାଇଁ ସିଡିପିଓ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲା ନବରଙ୍ଗପୁର ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଟିମ୍ ତୁରନ୍ତ ଚଢାଉ କରି […]

author-image
Ranjit Kumar Jena
ଲକ୍ଷେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ

cdpo

କଳାହାଣ୍ଡି (ରାଜକୁମାର ସିଂଦେଓ): ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସିଡିପିଓ। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଆଇସିଡିଏସ ସିଡିପିଓ ପୁଷ୍ପାଞ୍ଜଳି ରଥ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

Advertisment

ଥୁଆମୁଳ ରାମପୁର ବ୍ଲକର ଅଙ୍ଗନୱାଡି କର୍ମୀ ଚୟନ ପାଇଁ ସିଡିପିଓ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲା ନବରଙ୍ଗପୁର ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଟିମ୍ ତୁରନ୍ତ ଚଢାଉ କରି ସିଡିପିଓଙ୍କ ଠାରୁ ୧ ଲକ୍ଷ ଟଙ୍କା ଜବତ କରିଥିଲା।

ସିଡିପିଓ ଭବାନୀପାଟଣା ବଡପଡା ବାସଭବନରେ ବୀର ସିଂ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଧରିଛି। ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ୱାଳ, ଅଜିତ୍ ପାଢୀ ପ୍ରମୁଖ ଏହି ଚଢ଼ାଉ କରିଛନ୍ତି। ସିଡିପିଓଙ୍କ ବାସଭବନରୁ ଭିଜିଲାନ୍ସ କିଛି କାଗଜ ପତ୍ର ଜବତ କରିଛି। ଚଢ଼ାଉ ବେଳେ ଭିଜିଲାନ୍ସ ସିଡିପିଓଙ୍କୁ ଅଧିକ ପଚରାଉଚରା କରିଛି।

Advertisment