Advertisment

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ସାନଚେରଗାଁ ଗ୍ରାମରେ ଆଜି ବିଦ୍ୟୁତ ସ୍ୱର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ସନ୍ତୋଷ ହରିଜନଙ୍କ ସ୍ତ୍ରୀ ସବିତା ହରିଜନ (୩୫)। ସେ ଗାଧୋଇ ସାରି ନିଜ ଓଦା କପଡା ତାଙ୍କ ଘରକୁ ଲାଗି ରହିଥିବା ଏକ ତାରରେ ଶୁଖାଉଥିଲେ। ସେହି ସମୟରେ ଉକ୍ତ ତାରରେ ବିଦ୍ୟୁତ ସଂଯୋଗ ହୋଇ ଯାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

shock

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ସାନଚେରଗାଁ ଗ୍ରାମରେ ଆଜି ବିଦ୍ୟୁତ ସ୍ୱର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ସନ୍ତୋଷ ହରିଜନଙ୍କ ସ୍ତ୍ରୀ ସବିତା ହରିଜନ (୩୫)।

Advertisment

ସେ ଗାଧୋଇ ସାରି ନିଜ ଓଦା କପଡା ତାଙ୍କ ଘରକୁ ଲାଗି ରହିଥିବା ଏକ ତାରରେ ଶୁଖାଉଥିଲେ। ସେହି ସମୟରେ ଉକ୍ତ ତାରରେ ବିଦ୍ୟୁତ ସଂଯୋଗ ହୋଇ ଯାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ସେହି ସ୍ଥାନରେ ଅଚେତ୍ ହୋଇ ପଡ଼ିଥିଲେ।

ତାଙ୍କୁ ଚପ୍ରିଆ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଗାଁ ପୁଲିସ ମୃତ ଦେହ ଜବତ କରିବା ସହିତ ଥାନାରେ କେସ ନମ୍ବର ୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

Advertisment