cbi-1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ତାଲିକା ଅବଧି ବଢ଼ିଲା। ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିବା ବେଳେ ଏହାକୁ ଆସନ୍ତା ୨୭ ତାରିଖକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଯାଞ୍ଚ ସରିଛି।
ଆସନ୍ତା ୨୭ତାରିଖରେ ପଞ୍ଚାୟତ ସ୍ତରରେ, ୨୯ତାରିଖରେ ବ୍ଲକ ସ୍ତରରେ ଏବଂ ୩୧ରେ ଜିଲ୍ଲା ସ୍ତରରେ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରାଯିବ। ଯାଞ୍ଚ ପରେ ଅଯୋଗ୍ୟ ହିତାଧିକାରୀ ପରବର୍ତ୍ତୀ କାଳିଆ ଟଙ୍କା କିସ୍ତି ପାଇବେନି । ତେବେ ଏମିତିକି କିଛି ସ୍ଥାନରୁ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବାକୁ ଚାହୁଁଥିବା ନେଇ ଖବର ଆସୁଥିବା କହିଛନ୍ତି ମନ୍ତ୍ରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/cbi-1.jpg)