Advertisment

ମହଙ୍ଗା ପଡ଼ିଲା ବିଧାୟକଙ୍କୁ ଦୁର୍ବ୍ୟବହାର, ସରକାରୀ ତାଲିକାରୁ ହଟିଲା କଳିଙ୍ଗ ହସ୍ପିଟାଲ ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଅନ୍ୟ ହସ୍ପିଟାଲ୍‌ରେ ଯେପରି ଏମିତି ଘଟଣା ନଘଟିବ, ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହା କହିଛନ୍ତି। […]

ମହଙ୍ଗା ପଡ଼ିଲା ବିଧାୟକଙ୍କୁ ଦୁର୍ବ୍ୟବହାର, ସରକାରୀ ତାଲିକାରୁ ହଟିଲା କଳିଙ୍ଗ ହସ୍ପିଟାଲ ନାଁ

kalinga-hospital

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଅନ୍ୟ ହସ୍ପିଟାଲ୍‌ରେ ଯେପରି ଏମିତି ଘଟଣା ନଘଟିବ, ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହା କହିଛନ୍ତି।

Advertisment

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଗାଁର ବାସୁଦେବ ବାରିକଙ୍କ ପୁଅ ସଚିନ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଚିକିତ୍ସା ବାବଦ ଅର୍ଥ ପୈଠ ହୋଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହ ଛାଡ଼ିନଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ମୋହନ ମାଝୀଙ୍କୁ ମୃତ ସଚିନଙ୍କ ପିତା ବାସୁଦେବ ବାରିକ ଅବଗତ କରିବା ସହ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଏହାପରେ ଶ୍ରୀ ମାଝୀ କଳିଙ୍ଗ ହସ୍ପିଟାଲ ଡିଜିଏମଙ୍କ ସହ ଆଲୋଚନା କରି ମୃତଦେହ ସମ୍ପୃକ୍ତ ପରିବାରକୁ ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ବକେୟା ଅର୍ଥ ପୈଠ ନହେଲେ ମୃତଦେହକୁ ଛଡ଼ାଯିବ ନାହିଁ ବୋଲି ଡିଜିଏମ୍ ଓ ଆକାଉଣ୍ଟସ୍ କର୍ମଚାରୀମାନେ ରୋକଠୋକ୍ କହିବା ସହ ବିଧାୟକ ଶ୍ରୀ ମାଝୀଙ୍କୁ ଦୁର୍ବ୍ୟବହାର କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠୁ ଅପମାନିତ ହେବା ପରେ ଶ୍ରୀ ମାଝୀ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ ପାଇଁ ସରକାର ୪ ଜଣିଆ କମିଟି ଗଠନ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ବିଭାଗର ଯୁଗ୍ମ ସଚିବ ଶୁଭାନନ୍ଦ ମହାପାତ୍ର, ଉପସଚିବ ରାଜେଶ ଅଗ୍ରୱାଲ ଓ ଯସ୍ମିନ ପଟ୍ଟନାୟକ ସଦସ୍ୟ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe