/odisha-reporter/media/post_attachments/uploads/2018/11/bb-4.jpg)
bb
ଭୁବନେଶ୍ୱର : ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖ୍ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଛି। ଏହି ଧମକ କଳିଙ୍ଗ ସେନା ପକ୍ଷରୁ ଦିଆଯାଇଛି ।
ସେମାନେ କହିଛନ୍ତି, ଶାହାରୁଖ୍ ଯଦି ଓଡ଼ିଶାରେ ପାଦ ରଖନ୍ତି, ତେବେ ତାଙ୍କ ସହ ଏପରି ବ୍ୟବହାର କରାଯିବ ଯାହା ସେ କେବେ ବି ଭାବି ନ ଥିବେ ।
ସୂଚନା ମୁତାବକ, ଓଡ଼ିଶାରେ ପୁରୁଷ ବିଶ୍ୱକପ ହକି ୨୦୧୮ ଆୟୋଜନ ହେବାକୁ ଯାଉଛି। ଏହାର ଉଦ୍ଘାଟନୀ ଉତ୍ସବରେ ଶାହାରୁଖ୍ଙ୍କୁ ଅତିଥି ଭାବରେ ଅମନ୍ତ୍ରଣ କରାଯାଇଥିବା ବେଳେ କଳିଙ୍ଗ ସେନା ଏହାକୁ ବିରୋଧ କରିଛି । ଯଦି ଶାହାରୁଖ୍ ଓଡ଼ିଶା ଆସନ୍ତି ତେବେ ତାଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ ମୁହଁ କଳା କରାଯିବ ସଂଗଠନ ଧମକ ଦେଇଛି ।
ସଂଗଠନର କହିବା ଅନୁଯାୟୀ ୧୭ବର୍ଷ ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମ ‘ଅଶୋକା’ରେ ଓଡ଼ିଶାବାସୀଙ୍କ ଭାବନାକୁ ଅପମାନିତ କରାଯାଇଥିଲା। ଏହା ସହ କଳିଙ୍ଗ ଯୁଦ୍ଧକୁ ଭୁଲ୍ ଭାବରେ ଚିତ୍ରଣ କରି ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରାଯାଇଥିଲା। ଆଉ ସେଥିପାଇଁ ଶାହାରୁଖ୍ କ୍ଷମା ମାଗି ନ ଥିଲେ । ଏହି କାରଣ ପାଇଁ ସେମାନେ ବିରୋଧ କରୁଛନ୍ତି।
କଳିଙ୍ଗ ସେନା ନଭେମ୍ବର ୧୧ରେ ଏକ ରାଲିରେ ଆୟୋଜନ କରିଥିଲା, ଯେଉଁଥିରେ ସେମାନେ ବିରୋଧ ପ୍ରଦର୍ଶନ କରି ଶାହାରୁଖ୍ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
