ଏଥିପାଇଁ ଓଡ଼ିଶାରେ ଶାହାରୁଖ୍‌ଙ୍କ ପ୍ରବେଶକୁ କରାଯାଉଛି ବିରୋଧ

ଭୁବନେଶ୍ୱର : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଛି। ଏହି ଧମକ କଳିଙ୍ଗ ସେନା ପକ୍ଷରୁ ଦିଆଯାଇଛି । ସେମାନେ କହିଛନ୍ତି, ଶାହାରୁଖ୍‌ ଯଦି ଓଡ଼ିଶାରେ ପାଦ ରଖନ୍ତି, ତେବେ ତାଙ୍କ ସହ ଏପରି ବ୍ୟବହାର କରାଯିବ ଯାହା ସେ କେବେ ବି ଭାବି ନ ଥିବେ । ସୂଚନା ମୁତାବକ, ଓଡ଼ିଶାରେ ପୁରୁଷ ବିଶ୍ୱକପ ହକି ୨୦୧୮ ଆୟୋଜନ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ଶାହାରୁଖ୍‌ଙ୍କୁ […]

bb

Mihir Pattnayak
  • Published: Saturday, 24 November 2018
  • , Updated: 24 November 2018, 03:40 PM IST

ଭୁବନେଶ୍ୱର : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଛି। ଏହି ଧମକ କଳିଙ୍ଗ ସେନା ପକ୍ଷରୁ ଦିଆଯାଇଛି ।

ସେମାନେ କହିଛନ୍ତି, ଶାହାରୁଖ୍‌ ଯଦି ଓଡ଼ିଶାରେ ପାଦ ରଖନ୍ତି, ତେବେ ତାଙ୍କ ସହ ଏପରି ବ୍ୟବହାର କରାଯିବ ଯାହା ସେ କେବେ ବି ଭାବି ନ ଥିବେ ।

ସୂଚନା ମୁତାବକ, ଓଡ଼ିଶାରେ ପୁରୁଷ ବିଶ୍ୱକପ ହକି ୨୦୧୮ ଆୟୋଜନ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ଶାହାରୁଖ୍‌ଙ୍କୁ ଅତିଥି ଭାବରେ ଅମନ୍ତ୍ରଣ କରାଯାଇଥିବା ବେଳେ କଳିଙ୍ଗ ସେନା ଏହାକୁ ବିରୋଧ କରିଛି । ଯଦି ଶାହାରୁଖ୍‌ ଓଡ଼ିଶା ଆସନ୍ତି ତେବେ ତାଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ ମୁହଁ କଳା କରାଯିବ ସଂଗଠନ ଧମକ ଦେଇଛି ।

ସଂଗଠନର କହିବା ଅନୁଯାୟୀ ୧୭ବର୍ଷ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅଶୋକା’ରେ ଓଡ଼ିଶାବାସୀଙ୍କ ଭାବନାକୁ ଅପମାନିତ କରାଯାଇଥିଲା। ଏହା ସହ  କଳିଙ୍ଗ ଯୁଦ୍ଧକୁ ଭୁଲ୍‌ ଭାବରେ ଚିତ୍ରଣ କରି ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରାଯାଇଥିଲା। ଆଉ ସେଥିପାଇଁ ଶାହାରୁଖ୍‌ କ୍ଷମା ମାଗି ନ ଥିଲେ । ଏହି କାରଣ ପାଇଁ ସେମାନେ ବିରୋଧ କରୁଛନ୍ତି।

କଳିଙ୍ଗ ସେନା ନଭେମ୍ବର ୧୧ରେ ଏକ ରାଲିରେ ଆୟୋଜନ କରିଥିଲା, ଯେଉଁଥିରେ ସେମାନେ ବିରୋଧ ପ୍ରଦର୍ଶନ କରି  ଶାହାରୁଖ୍‌ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

Related story