Advertisment

କାମାକ୍ଷାନଗର: ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ପଲିକାଟେଣି ଗାଁର ଛେଳିଆଗୁଡ଼ା ସାହିର ବୁଧିଆ ନାୟକ ନାମକ ଜଣେ ବୃଦ୍ଧ ଆଜି ଭୋରରେ ନିଜ ଜମିକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ମାରି ଦେଇଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କାମାକ୍ଷାନଗର ରେଞ୍ଜ ଜଙ୍ଗଲରେ ରହୁଥିବା ଏହି ଦନ୍ତାହାତୀଟି ଗତ ୧୦ ଦିନରେ ଏହାକୁ ମିଶାଇ ଦୁଇ ଜଣଙ୍କୁ ହତ୍ୟା କରିଛି। ଏହା ପୂର୍ବରୁ ୧୦ ଦିନ ତଳେ ମାଳପୁରା ଗାଁର […]

କାମାକ୍ଷାନଗର: ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

elephant

Advertisment

elephantକାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ପଲିକାଟେଣି ଗାଁର ଛେଳିଆଗୁଡ଼ା ସାହିର ବୁଧିଆ ନାୟକ ନାମକ ଜଣେ ବୃଦ୍ଧ ଆଜି ଭୋରରେ ନିଜ ଜମିକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ମାରି ଦେଇଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Advertisment

କାମାକ୍ଷାନଗର ରେଞ୍ଜ ଜଙ୍ଗଲରେ ରହୁଥିବା ଏହି ଦନ୍ତାହାତୀଟି ଗତ ୧୦ ଦିନରେ ଏହାକୁ ମିଶାଇ ଦୁଇ ଜଣଙ୍କୁ ହତ୍ୟା କରିଛି। ଏହା ପୂର୍ବରୁ ୧୦ ଦିନ ତଳେ ମାଳପୁରା ଗାଁର ଜେମାଦେଇ ନାୟକ (୬୦)ଙ୍କୁ ଏହି ଦନ୍ତାଟି ଦଳି ହତ୍ୟା କରିଥିଲା।

କାମାକ୍ଷାନଗର ରେଞ୍ଜର (ପଶ୍ଚିମ) ଅଲେଖ ବେହେରା କହିଛନ୍ତି ଯେ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଭୋରରେ ଜମି, କେନାଲ ବନ୍ଧ ଆଡ଼କୁ ନ ଯିବାକୁ କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe