Advertisment

ଅସୁସ୍ଥ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ ଆଇସିୟୁରେ ନଚାଇଥିଲେ

ଜୟପୁର(ଟି.ଗୌରୀ ଶଙ୍କର): ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଥିବା ବେଳେ ନଚାଇବା ଭିଡିଓ ଭାଇରାଲ। ଯାହାକୁ ନେଇ ଦେଖାଦେଇଛି ବିବାଦ ଓ ପ୍ରତିବାଦ। SCBରେ ଚିକିତ୍ସାଧୀନ ଥିଲା ବେଳେ ICU ଭିତରେ ନଚାଇବା ଅଭିଯୋଗ। ଜଣେ ମହିଳା ସମାଜସେବୀ ICUରେ ତାଙ୍କୁ ମୋବାଇଲରେ ଗୀତ ଲଗାଇ ନଚାଇଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଘଟଣାକୁ ନିନ୍ଦା କଲେ କୋରାପୁଟ ପରଜା ସମାଜ ଅଧ୍ୟକ୍ଷ ହରିଶ ମୁଦୁଲି। ସରକାର ପଦକ୍ଷେପ ନ ନେଲେ ପରଜା […]

ଅସୁସ୍ଥ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ ଆଇସିୟୁରେ ନଚାଇଥିଲେ

kamala

Advertisment

ଜୟପୁର(ଟି.ଗୌରୀ ଶଙ୍କର): ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଥିବା ବେଳେ ନଚାଇବା ଭିଡିଓ ଭାଇରାଲ। ଯାହାକୁ ନେଇ ଦେଖାଦେଇଛି ବିବାଦ ଓ ପ୍ରତିବାଦ। SCBରେ ଚିକିତ୍ସାଧୀନ ଥିଲା ବେଳେ ICU ଭିତରେ ନଚାଇବା ଅଭିଯୋଗ। ଜଣେ ମହିଳା ସମାଜସେବୀ ICUରେ ତାଙ୍କୁ ମୋବାଇଲରେ ଗୀତ ଲଗାଇ ନଚାଇଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଘଟଣାକୁ ନିନ୍ଦା କଲେ କୋରାପୁଟ ପରଜା ସମାଜ ଅଧ୍ୟକ୍ଷ ହରିଶ ମୁଦୁଲି। ସରକାର ପଦକ୍ଷେପ ନ ନେଲେ ପରଜା ସମାଜ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

Advertisment

ସୂଚନା ମୁତାବକ, କମଳା ପୂଜାରୀ ଏସସିବି ମେଡିକାଲ କଲେଜରେ ଦୀର୍ଘ ୫ଦିନ ସ୍ଵତନ୍ତ୍ର ଚିକିତ୍ସାରେ ଥିଲେ। ଗତ ସୋମବାର ଦିନ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ତେବେ ସେ ଏସସିବି ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି ଥିବା ବେଳେ ତଥା କଥିତ ଜଣେ ସମାଜସେବୀ ନିଜ ସହ ଜୋର କରି ନଚାଉଥିବାର ଭିଡ଼ିଓ ଭାଇରାଲ ହୋଇଛି।

ଯାହାକୁ ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ ଅଧ୍ୟକ୍ଷ ହରିଶ୍ ମୁଦୁଲି ନିନ୍ଦା କରିଛନ୍ତି।

Advertisment

ସେପଟେ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ଏ ଘଟଣାକୁ ନିନ୍ଦା କରିବା ସହ ଏସସିବି ମେଡିକାଲ କଲେଜର ଆଇସିୟୁରେ କିପରି ଏଭଳି ଘଟଣା ଘଟିଛି ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ସରକାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି।

ଗତ ୧୫ ଦିନ ତଳେ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବିଭିନ୍ନ ଇନ୍‌ଫେକସନ କାରଣରୁ ପରେ ସ୍ଵତନ୍ତ୍ର ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ୧୧ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ। ଗତ ସୋମବାର ଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏବେ ସେ ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଘରେ ପହଞ୍ଚିଛନ୍ତି ବିଶ୍ରାମ କରୁଛନ୍ତି।

ସୂଚନା ଥାଉକି, ଧାନ ଚାଷରେ ବିଷେଶ ଅବଦାନ ନିମନ୍ତା ତାଙ୍କୁ ସରକାର ପଦ୍ମଶ୍ରୀ ପୁରସ୍କାର ଦେଇଛନ୍ତି।

ତେବେ ଏନେଇ ସମ୍ପୃକ୍ତ ସମାଜସେବୀ କିମ୍ବା କମଳା ପୂଜାରୀଙ୍କ ମତାମତ ମିଳିପାରିନି। ଫଳରେ କିପରି ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe