Advertisment

ଆଇସିୟୁରେ ନଚାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ କମଳା ପୂଜାରୀ

ଜୟପୁର (ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ନଚାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ସେ ଏନେଇ ମୁହଁ ଖୋଲିଛନ୍ତି। କମଳା ପୂଜାରୀ କହିଛନ୍ତି ଯେ ତାଙ୍କୁ ଜୋର କରି ନଚାଯାଇଥିଲା। ସେ କହିଛନ୍ତି, ମୁଁ ନିଜେ ନାଚିବି ବୋଲି କହି ନଥିଲି। ଜୋର କରି ମୋତେ ନଚା ଯାଇଥିଲା। ମୁଁ ମନା କରିଥିଲେ ବି ସେ (ସମାଜସେବୀ ମମତା ବେହେରା) ଶୁଣି ନଥିଲେ। ମୁଁ ଅସୁସ୍ଥ […]

ଅଦ୍ୟତନ ହୋଇଛି
ଆଇସିୟୁରେ ନଚାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ କମଳା ପୂଜାରୀ

Kamala Pujari

Advertisment

ଜୟପୁର (ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ନଚାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ସେ ଏନେଇ ମୁହଁ ଖୋଲିଛନ୍ତି। କମଳା ପୂଜାରୀ କହିଛନ୍ତି ଯେ ତାଙ୍କୁ ଜୋର କରି ନଚାଯାଇଥିଲା।

Advertisment

ସେ କହିଛନ୍ତି, ମୁଁ ନିଜେ ନାଚିବି ବୋଲି କହି ନଥିଲି। ଜୋର କରି ମୋତେ ନଚା ଯାଇଥିଲା। ମୁଁ ମନା କରିଥିଲେ ବି ସେ (ସମାଜସେବୀ ମମତା ବେହେରା) ଶୁଣି ନଥିଲେ। ମୁଁ ଅସୁସ୍ଥ ଥିବା ଜାଣି ମୋତେ ନଚା ଯାଇଥିଲା। ନାଚିବା ପରେ ମୁଁ ହାଲିଆ ହୋଇଯାଇଥିଲି ଓ ଅଧିକ ଅସୁସ୍ଥ ହୋଇଯାଇଥିଲି।

ସେହି ସମାଜସେବୀ (ମମତା ବେହେରା)ଙ୍କୁ କମଳା ପୂଜାରୀ ଚିହ୍ନି ନଥିବା କହିଛନ୍ତି। ଅନ୍ୟପକ୍ଷରେ ମମତା ବେହେରା ବାରମ୍ବାର ଆସି ଭିଡିଓ ଓ ଫଟୋ ଉତ୍ତୋଳନ କରୁଥିଲେ ବୋଲି କହିଛନ୍ତି କମଳା ପୂଜାରୀଙ୍କ ଆଟେଣ୍ଡାଣ୍ଟ ରାଜୀବ ହିଆଲ।

Advertisment

କମଳା ପୂଜାରୀ କଟକ ବଡ଼ ଡାକ୍ତରଖାନାରେ ୫ ଦିନ ରହିଥିଲେ। ଗତ ସୋମବାର ସେ ସେଠାରୁ ଡିସ୍‌ଚାର୍ଜ ହୋଇଥିଲେ। ସେ ସେଠାରୁ ଫେରିବା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କମଳା ପୂଜାରୀଙ୍କୁ ଆଇସିୟୁ ଭିତରେ ସମାଜସେବୀ ମମତା ବେହେରା ନଚାଉଥିବା ଦେଖିବାକୁ ମିଳିଥିଲା।

ଏହି ଭିଡିଓ ଦେଖି ବିଭିନ୍ନ ବର୍ଗର ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଅସୁସ୍ଥ କମଳା ପୂଜାରୀଙ୍କୁ ଏମିତି ନଚାଇବା ଠିକ୍ ହୋଇନି ବୋଲି ସମସ୍ତେ ମତାମତ ଦେଇଥିବା ବେଳେ କୋରାପୁଟ ପରଜା ସମାଜ ଅଧ୍ୟକ୍ଷ ହରିଶ ମୁଦୁଲି ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ନହେଲେ ପରଜା ସମାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ବୁଧବାର ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ସମାଜସେବୀ ମମତା ବେହେରା କହିଥିଲେ ଯେ କମଳା ପୂଜାରୀ ଅସୁସ୍ଥ ହୋଇ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ମନୋବଳ ଦୃଢ଼ କରିବା ପାଇଁ ସେ ତାଙ୍କ ନିଜ ଇଚ୍ଛାରେ ଢେମସା ନୃତ୍ୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe