/odisha-reporter/media/post_attachments/uploads/2015/05/Dowry_torture.jpg)
Dowry_torture
କଟକ : ସ୍ତ୍ରୀଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଓଡିଶା ପୋଲିସ ୱାରଲେସ ବିଭାଗର କାର୍ଯ୍ୟରତ କନେଷ୍ଟବଳ ସନ୍ତୋଷ ତ୍ରିପାଠୀଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ଏ ଅଭିଯୋଗ ଆସିଛି କଟକ ସହରରୁ । କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ତ୍ରିପାଠୀ ତାଙ୍କ ସ୍ତ୍ରୀ ମଧୁଲି ମଧୁସ୍ମିତା ଚଇନିଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ ଦେବା ଅଭିଯୋଗରେ କଟକ ମହିଳା ଥାନା ପୋଲିସ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସନ୍ତୋଷଙ୍କୁ ଚୌଦାର ଜେଲକୁ ପଠାଇ ଦିଆଯାଇଛି । ତେବେ ଏନେଇ ଅଭିଯୁକ୍ତ ସନ୍ତୋଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
