Advertisment

ଟପ୍ପର ମିନାକ୍ଷୀ ମଲିକଙ୍କୁ ମିଳିଲା ୧ ଲକ୍ଷ ୧୦ ହଜାର ଟଙ୍କା ଆର୍ଥିକ ସହାୟତା

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ମିନାକ୍ଷୀ ମଲିକଙ୍କୁ ଚାରିଆଡୁ ଶୁଭେଚ୍ଛା ଓ ଆର୍ଥିକ ସହାୟତାର ସୁଅ ଛୁଟିବାରେ ଲାଗିଛି। ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ମିନାକ୍ଷୀ ମଲିକ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଅର୍ଜନ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆଜି କୁଇ ସାଂସ୍କୃତିକ ପରିଷଦ ଓ କନ୍ଧମାଳ କୁଇ ସାହିତ୍ୟ ସମିତିର ସଦସ୍ୟ ନୂଆଗାଁ ବ୍ଲକ […]

ଟପ୍ପର ମିନାକ୍ଷୀ ମଲିକଙ୍କୁ ମିଳିଲା ୧ ଲକ୍ଷ ୧୦ ହଜାର ଟଙ୍କା ଆର୍ଥିକ ସହାୟତା

minakhi

Advertisment

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ମିନାକ୍ଷୀ ମଲିକଙ୍କୁ ଚାରିଆଡୁ ଶୁଭେଚ୍ଛା ଓ ଆର୍ଥିକ ସହାୟତାର ସୁଅ ଛୁଟିବାରେ ଲାଗିଛି। ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ମିନାକ୍ଷୀ ମଲିକ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଅର୍ଜନ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆଜି କୁଇ ସାଂସ୍କୃତିକ ପରିଷଦ ଓ କନ୍ଧମାଳ କୁଇ ସାହିତ୍ୟ ସମିତିର ସଦସ୍ୟ ନୂଆଗାଁ ବ୍ଲକ ଅଧିନ ଗୋଇବନ୍ଧ ଗାଁକୁ ଯାଇ ମିନାକ୍ଷୀ ଓ ତାଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇବା ସହ ୧ ଲକ୍ଷ ୧୦ ହଜାର ଶହେ ଏକ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।

Advertisment

ଆଗାମୀ ଦିନରେ ମିନାକ୍ଷୀଙ୍କ ପାଠ ପଢ଼ା ପାଇଁ ସାହାଯ୍ୟରେ ଆସି ପାରିବ ବୋଲି କୁଇ ସାଂସ୍କୃତିକ ପରିଷଦର ସଭାପତି ପ୍ରତାପ ପ୍ରଧାନ କହିଛନ୍ତି। ଏହା ସହ ତାଙ୍କର ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ। କୁଇ ସାଂସ୍କୃତିକ ପରିଷଦ ପକ୍ଷରୁ ଏତେ ବଡ ଆର୍ଥିକ ସହାୟତ ପାଇଥିବା ଯୋଗୁ ମିନାକ୍ଷୀ ମଲିକ ପ୍ରତାପ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe