Advertisment

ଘର ଭିତରୁ ବାହାରିଲା ୧୦ ଫୁଟର ଅଜଗର

ଫୁଲବାଣୀ (ତ୍ରିନାଥ ସାହୁ): ଘର ଭିତରୁ ବାହାରିଲା ୧୦ ଫୁଟ୍ ଲମ୍ବାର ଏକ ଅଜଗର ସାପ। ଫୁଲବାଣୀ ସହର ନିକଟ କୁଟୀବାରୀ ଗ୍ରାମର ମହେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ଅଜଗର ସାପ କେଉଁଠୁ ପଳାଇ ଆସି ଲୁଚି ରହିଥିଲା। ଏହା ଜାଣି ପାଣି ମହେନ୍ଦ୍ର ବେହେରାଙ୍କ ପରିବାର ତୁରନ୍ତ ଫୁଲବାଣୀର ଟିମ୍ ହ୍ୟୁମାନିଟିର ସ୍ନେକ ହେଲପ ଲାଇନ ସଦସ୍ୟ ମାନଙ୍କୁ ଖବର ଦେଇଥିଲେ। ଖବର ପାଇ ହେଲପ୍ ଲାଇନର କର୍ମଚାରୀ ତାଙ୍କ […]

author-image
Ranjit Kumar Jena
ଘର ଭିତରୁ ବାହାରିଲା ୧୦ ଫୁଟର ଅଜଗର

snake

ଫୁଲବାଣୀ (ତ୍ରିନାଥ ସାହୁ): ଘର ଭିତରୁ ବାହାରିଲା ୧୦ ଫୁଟ୍ ଲମ୍ବାର ଏକ ଅଜଗର ସାପ। ଫୁଲବାଣୀ ସହର ନିକଟ କୁଟୀବାରୀ ଗ୍ରାମର ମହେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ଅଜଗର ସାପ କେଉଁଠୁ ପଳାଇ ଆସି ଲୁଚି ରହିଥିଲା। ଏହା ଜାଣି ପାଣି ମହେନ୍ଦ୍ର ବେହେରାଙ୍କ ପରିବାର ତୁରନ୍ତ ଫୁଲବାଣୀର ଟିମ୍ ହ୍ୟୁମାନିଟିର ସ୍ନେକ ହେଲପ ଲାଇନ ସଦସ୍ୟ ମାନଙ୍କୁ ଖବର ଦେଇଥିଲେ।

Advertisment

ଖବର ପାଇ ହେଲପ୍ ଲାଇନର କର୍ମଚାରୀ ତାଙ୍କ ଘରେ ପହଞ୍ଚିଥିଲା। ସ୍ନେକ କ୍ୟାଚର ଭି.ଜଗନ୍ନାଥ ରାଜୁ, ସାଇରାମ ପାତ୍ର ଏବଂ ପ୍ରଫୁଲ୍ଲ କୁମାର ପୃଷ୍ଟି ପ୍ରମୁଖ ମହେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ।

ତାପରେ ଏହି ତିନି ଜଣିଆ ଟିମ୍ ଘର ଭିତରୁ ଅଜଗର ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ପରେ ସେମାନେ ଫୁଲବାଣୀ ବନ ବିଭାଗ କର୍ମଚାରୀ ମାନଙ୍କୁ ଜଣାଇବା ପରେ ନିକଟସ୍ଥ ଜଙ୍ଗଲକୁ ନେଇ ଅଜଗର ସାପକୁ ଛାଡ଼ିଛନ୍ତି।

Advertisment