Advertisment

ଅର୍ଥ ସାଜିଲା ବାଧକ, ମୃତଦେହକୁ ଖଟିଆରେ ବୋହି ନେଲେ

ଫୁଲବାଣୀ(ତ୍ରିନାଥ ସାହୁ): ମୃତଦେହ ଘରକୁ ନେବାକୁ ଅର୍ଥ ସାଜିଲା ବାଧକ । ଆମ୍ବୁଲାନ୍ସ ଭଡ଼ା ଦେବାକୁ ସମର୍ଥ ନ ହେବାରୁ ପରିବାର ଲୋକ ମହିଳାଙ୍କ ମୃତଦେହକୁ ଏକ ଖଟିଆରେ ବୋହି ଘରକୁ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ, ଗୋଚ୍ଛାପଡ଼ା ମୁଣ୍ଡାପଦର ନିବାସୀ ଦିଲୀପ ବରିହାଙ୍କ ପତ୍ନୀ ସରୋଜିନୀ ବରିହାଙ୍କ ଦେହ ଖରାପ ହେବାରୁ  ପରିବାର ଲୋକେ ତାଙ୍କୁ ପ୍ରଥମେ ଗୋଚ୍ଛାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ […]

ଅଦ୍ୟତନ ହୋଇଛି
ଅର୍ଥ ସାଜିଲା ବାଧକ, ମୃତଦେହକୁ ଖଟିଆରେ ବୋହି ନେଲେ

deadbody

Advertisment

ଫୁଲବାଣୀ(ତ୍ରିନାଥ ସାହୁ): ମୃତଦେହ ଘରକୁ ନେବାକୁ ଅର୍ଥ ସାଜିଲା ବାଧକ । ଆମ୍ବୁଲାନ୍ସ ଭଡ଼ା ଦେବାକୁ ସମର୍ଥ ନ ହେବାରୁ ପରିବାର ଲୋକ ମହିଳାଙ୍କ ମୃତଦେହକୁ ଏକ ଖଟିଆରେ ବୋହି ଘରକୁ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଅଞ୍ଚଳରେ ଘଟିଛି ।

Advertisment

ସୂଚନା ଅନୁସାରେ, ଗୋଚ୍ଛାପଡ଼ା ମୁଣ୍ଡାପଦର ନିବାସୀ ଦିଲୀପ ବରିହାଙ୍କ ପତ୍ନୀ ସରୋଜିନୀ ବରିହାଙ୍କ ଦେହ ଖରାପ ହେବାରୁ  ପରିବାର ଲୋକେ ତାଙ୍କୁ ପ୍ରଥମେ ଗୋଚ୍ଛାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।   ମୃତଦେହକୁ ଘରକୁ ନେବା ପାଇଁ  ଆମ୍ବୁଲାନ୍ସ ଯୋଗାଇ ଦେବାକୁ ପରିବାର ଲୋକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ନିବେଦନ କରିଥିଲେ । କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବବାହକ ବ୍ୟବସ୍ଥା ନଥିବାରୁ ମୃତକଙ୍କ ପରିବାରକୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ଗାଡ଼ି ଦିଆଯାଇନଥିଲା  ।

ତେଣୁ ବାଧ୍ୟ ହୋଇ ପରିବାର ଲୋକ   ବାହାର ଗାଡ଼ି ଭଡ଼ାରେ ନେବା ପାଇଁ ବୁଝାବୁଝି କରିବାରୁ ଗାଡ଼ି ମାଲିକ ଭଡ଼ା ବାବଦକୁ ପ୍ରାୟ ୫ ହଜାର ଟଙ୍କା ଦାବି କରିଥିଲେ। ଘର ଲୋକ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ  ।

Advertisment

ଶେଷରେ ଘରୁ ଏକ ଖଟିଆ ଆଣି  ମହିଳାଙ୍କ ମୃତଦେହକୁ ଗ୍ରାମର କିଛି ଯୁବକଙ୍କ ସହାୟତାରେ ପ୍ରାୟ ୧ କିଲୋମିଟର ରାସ୍ତା ବୋହି ନିଜ ଘରକୁ ନେଇ ଶବ ସତ୍କାର କରିଥିବା ଜଣାପଡ଼ିଛି  । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

ସୂଚନାଯୋଗ୍ୟ, ମୃତଦେହକୁ ସମ୍ମାନ ଜଣାଇବାକୁ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିବା ସତ୍ତ୍ୱେ ତାହା ଫଳପ୍ରଦ ହୋଇପାରୁନି। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ତଥା ହେୟଜ୍ଞାନ ଯୋଗୁ ମୃତଦେହକୁ ବୋହି ମାଇଲ ମାଇଲ ବାଟ ଯିବାକୁ ବାଧ୍ୟ ହେଉଛନ୍ତି ପରିବାର ଲୋକ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe