Advertisment

କୋଭିଡ୍‌ ହସ୍ପିଟାଲରେ ଆସିଲେ ନୂଆ ଅତିଥି

ଫୁଲବାଣୀ(ଓଡ଼ିଶା ରିପୋର୍ଟର) ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଗୁରୁତର ହୋଇ ଭର୍ତ୍ତି ହୋଇଥିବା ଜଣେ ପ୍ରସୂତୀ ମହିଳାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଛି । ଉଭୟ ମା ଏବଂ କନ୍ୟା ସନ୍ତାନ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମା ଗୁରୁତର ଅବସ୍ଥାରେ Ventilator ରେ ରହିଥିବା ବେଳେ ନବଜାତ ଶିଶୁ କନ୍ୟାକୁ SNCU ରେ ରଖାଯାଇଛି । ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସତ୍ୟନାରାୟଣ ସାମଲ କହିବା ଅନୁସାରେ ଗତକାଲି ପ୍ରସୂତୀ ମହିଳା ଜଣକ ଗୁରୁତର […]

ଅଦ୍ୟତନ ହୋଇଛି
କୋଭିଡ୍‌ ହସ୍ପିଟାଲରେ ଆସିଲେ ନୂଆ ଅତିଥି

700

Advertisment

ଫୁଲବାଣୀ(ଓଡ଼ିଶା ରିପୋର୍ଟର) ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଗୁରୁତର ହୋଇ ଭର୍ତ୍ତି ହୋଇଥିବା ଜଣେ ପ୍ରସୂତୀ ମହିଳାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଛି । ଉଭୟ ମା ଏବଂ କନ୍ୟା ସନ୍ତାନ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମା ଗୁରୁତର ଅବସ୍ଥାରେ Ventilator ରେ ରହିଥିବା ବେଳେ ନବଜାତ ଶିଶୁ କନ୍ୟାକୁ SNCU ରେ ରଖାଯାଇଛି । ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସତ୍ୟନାରାୟଣ ସାମଲ କହିବା ଅନୁସାରେ ଗତକାଲି ପ୍ରସୂତୀ ମହିଳା ଜଣକ ଗୁରୁତର ଭାବେ ଫୁଲବାଣୀ ମେଡିକାଲକୁ ଆସିଥିଲେ।

Advertisment

ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ସମସ୍ୟା ହେଉଥିବା କହିଥିଲେ, ତେଣୁ ତାଙ୍କର କୋଭିଡ Antigen ଟେଷ୍ଟ କରାଯାଇଥିଲା। ଯାହା ନେଗେଟିଭ ଆସିଥିଲା କିନ୍ତୁ ତାଙ୍କର କୋଭିଡ ଲକ୍ଷଣ  ଥିବାରୁ  ତାଙ୍କର ନମୁନା RTPCR ଟେଷ୍ଟ ପାଇଁ ପଠାଯାଇଛି।

ତାଙ୍କର Sanctuary level ପ୍ରାୟ 40 ରହିଥିବାରୁ ତାଙ୍କୁ ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ Ventilator ରେ ରଖାଯାଇଥିଲା।  ତେବେ ରାତିରେ ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ, ତାଙ୍କୁ Ventilator ଏବଂ ICU ର ସହାୟତାରେ ଡାକ୍ତର ସାମଲ ଏବଂ ଅନ୍ୟ ନର୍ସ ମାନେ ମିଳିତ ଭାବେ ସଫଳତାର ସହିତ ସ୍ୱାଭାବିକ ପ୍ରସବ କରାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe