Advertisment

ଏମିତି ଆସିଲା ମୃତ୍ୟୁ: ଘର ଆଗରେ ଛିଡ଼ା ହୋଇଥିଲେ, ଚଢ଼ିଗଲା କାର୍‌

ବାଲିଗୁଡ଼ା(ଅଜିତ ନାୟକ): ଏମିତି ଆସିଲା ମୃତ୍ୟୁ। ଘର ଆଗରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା କାର୍‌। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି।  ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁରେ ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ମାଖନ ଦଣ୍ଡିଆ । ଗାଁ ଲୋକେ କାରରେ ବସିଥିବା ଜଣେ ଲୋକଙ୍କୁ କାବୁ କରି ଅଟକ ରଖିଛନ୍ତି । ଅନ୍ୟମାନେ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରେ […]

ଅଦ୍ୟତନ ହୋଇଛି
ଏମିତି ଆସିଲା ମୃତ୍ୟୁ: ଘର ଆଗରେ ଛିଡ଼ା ହୋଇଥିଲେ, ଚଢ଼ିଗଲା କାର୍‌

car

Advertisment

ବାଲିଗୁଡ଼ା(ଅଜିତ ନାୟକ): ଏମିତି ଆସିଲା ମୃତ୍ୟୁ। ଘର ଆଗରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା କାର୍‌। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି।  ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁରେ ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ମାଖନ ଦଣ୍ଡିଆ । ଗାଁ ଲୋକେ କାରରେ ବସିଥିବା ଜଣେ ଲୋକଙ୍କୁ କାବୁ କରି ଅଟକ ରଖିଛନ୍ତି । ଅନ୍ୟମାନେ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଛନ୍ତି ।

Advertisment

ଗତକାଲି ରାତିରେ କାର୍‌ଟି କଣ୍ଟାମାଳ ଅଭିମୁଖେ ଯାଉଥିବା ସମୟରେ ହଠାତ୍‌ ମାଖନ ଦଣ୍ଡିଆଙ୍କ ଘର ଉପରକୁ ମାଡି ଯାଇଥିଲା । ଉକ୍ତ ସମୟରେ ଘର ସମ୍ମୁଖରେ ମାଖନ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରକୁ ମାଡ଼ି ଯାଇଥିଲା କାର୍‌। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ସମୟରେ କାର୍‌ରେ ୪ରୁ ୫ ଜଣ ଥିବା ଅନୁମାନ କରାଯାଉଛି। ଗାଁ ଲୋକେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିବା ସମୟରେ  ପ୍ରାୟ ୪ ଜଣ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ କାବୁ କରିଛନ୍ତି ଗାଁ ଲୋକ। ପୋଲିସ  ପହଞ୍ଚି ନ ଥିବା ଯୋଗୁ ଗାଁ ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୋଟିଏ ଘରେ ବନ୍ଦ କରି ରଖିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe