Advertisment

ନିମ ଗଛରୁ ଝରୁଛି ମିଠା କ୍ଷୀର, ଗ୍ରାମବାସୀ କହିଲେ ଠାକୁରଙ୍କ ଲୀଳା

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଚକାପାଦ ବ୍ଲକ ବପଲମେଣ୍ଡୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ସାହିର ରାସ୍ତା କଡ଼ରେ ଥିବା ଏକ ବିରାଟକାୟ ନିମ ଗଛରୁ ଅହରହ କ୍ଷୀର ଝରୁଛି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଏହି କ୍ଷୀର ଚାଖିଲେ ତାହା ମିଠା ଲାଗୁଛି। ସାଧାରଣତ ନିମ୍ବ ପିତା ହୋଇଥିବା ବେଳେ ନିମ ଗଛର କ୍ଷୀର ମିଠା ଲାଗିବା ସାଧାରଣରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ଏକ ପ୍ରକାର […]

ନିମ ଗଛରୁ ଝରୁଛି ମିଠା କ୍ଷୀର, ଗ୍ରାମବାସୀ କହିଲେ ଠାକୁରଙ୍କ ଲୀଳା

nim-leaves

Advertisment

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଚକାପାଦ ବ୍ଲକ ବପଲମେଣ୍ଡୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ସାହିର ରାସ୍ତା କଡ଼ରେ ଥିବା ଏକ ବିରାଟକାୟ ନିମ ଗଛରୁ ଅହରହ କ୍ଷୀର ଝରୁଛି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଏହି କ୍ଷୀର ଚାଖିଲେ ତାହା ମିଠା ଲାଗୁଛି।

Advertisment

ସାଧାରଣତ ନିମ୍ବ ପିତା ହୋଇଥିବା ବେଳେ ନିମ ଗଛର କ୍ଷୀର ମିଠା ଲାଗିବା ସାଧାରଣରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ଏକ ପ୍ରକାର ଠାକୁରଙ୍କ ଲୀଳା ଏବଂ କୌଣସି ଏକ ଠାକୁର ଆବିର୍ଭାବ ହୋଇଥିବା ଗ୍ରାମବାସୀ ବିଶ୍ଵାସ କରିଛନ୍ତି। ଯାହା ଫଳରେ ଗ୍ରାମବାସୀମାନେ ଏବେ ନିମ ଗଛ ମୂଳେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ବର୍ତ୍ତମାନ ଗ୍ରାମ ଆଭିମୁଖେ ଶହ ଶହ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି।

ଗ୍ରାମ ଆଖପାଖ ଏବଂ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ଏବଂ ଠାକୁର ବିଶ୍ଵାସୀ ମାନେ ନିମ ଗଛ ନିକଟକୁ ଆସି ନିମ୍ବ ଗଛରୁ ଝରି ପଡ଼ୁଥିବା କ୍ଷୀର ଟିକକ ପାଦୁକା ଭଳି ଗ୍ରହଣ କରିବା ସହିତ ନିମ ଗଛରେ ପୂଜାର୍ଚ୍ଚନା କରୁଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଗ୍ରାମରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe