ynb
ବାଲିଗୁଡ଼ା(ଅଜିତ୍ ନାୟକ): ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଇଁ ସତ୍କାର ହୋଇପାରୁନି ଶବ। ଗତକାଲିଠୁ ରାସ୍ତାରେ ପଡ଼ିରହିଛି ମୃତଦେହ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ମାଜୁମାହା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ମାଜୁମାହା ଗାଁର ଗଣ୍ଡାଲା ଦିଗାଲଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କ ମରଶରୀରକୁ ସମାଧି ପାଇଁ ଗାଁ ଶ୍ମାସନକୁ ନେବା ବେଳେ ଗାଁର କୁଇ ସମାଜ ଶ୍ମସାନକୁ ନିଜ ଜାଗା ଦର୍ଶାଇ ବିରୋଧ କରିଥିଲେ । ଫଳରେ ପରିବାର ଲୋକ ଏବେ ବି ଶବ ସତ୍କାର ପାଇଁ ଅପେକ୍ଷା କରିଛନ୍ତି ।
ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ଜି ଉଦୟଗିରି ବିଡିଓ ଓ ରାଇକିଆ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଦୁଇ ପକ୍ଷ ନିଜ ନିଜ ଯିଦରେ ଅଟଳ ଥିବାରୁ ଏଯାଏଁ ସମାଧାନର ରାସ୍ତା ବାହାରିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/ynb.jpg)