Advertisment

ବିଶ୍ୱ କ୍ୱାନ-କି-ଡୋ ମାର୍ଶଲ ଆର୍ଟ ଚାମ୍ପିୟନଶିପରେ ତିନି ଓଡ଼ିଆ

ବାଲିଗୁଡ଼ା (ଅଜିତ୍ ନାୟକ): ବିଶ୍ୱ କ୍ୱାନ-କି-ଡୋ ମାର୍ଶଲ ଆର୍ଟ ଚାମ୍ପିୟନଶିପରେ ଭାଗ ନେବେ ଓଡ଼ିଶାର ତିନି ପ୍ରତିଯୋଗୀ। ସେମାନେ ହେଲେ କନ୍ଧମାଳ ଜିଲ୍ଲାର ପୂଜାରାଣୀ ସାହୁ, ପ୍ରକାଶ କୁମାର ଦିଗାଲ ଓ ରାଉରକେଲାର ଜେଠା ଖାଲକୋ। ଏ ନେଇ ଦାରିଙ୍ଗବାଡ଼ି ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ କ୍ୱାନ-କି-ଡୋ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଘୋଷଣା କରା ଯାଇଛି। ଏହି କର୍ମଶାଳାରେ ଅତିଥିଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ବିଜେପି ନେତ୍ରୀ ଅର୍ଚ୍ଚନା ପ୍ରଧାନ ଯୋଗ […]

ବିଶ୍ୱ କ୍ୱାନ-କି-ଡୋ ମାର୍ଶଲ ଆର୍ଟ ଚାମ୍ପିୟନଶିପରେ ତିନି ଓଡ଼ିଆ

kwan-ki-do

Advertisment

ବାଲିଗୁଡ଼ା (ଅଜିତ୍ ନାୟକ): ବିଶ୍ୱ କ୍ୱାନ-କି-ଡୋ ମାର୍ଶଲ ଆର୍ଟ ଚାମ୍ପିୟନଶିପରେ ଭାଗ ନେବେ ଓଡ଼ିଶାର ତିନି ପ୍ରତିଯୋଗୀ। ସେମାନେ ହେଲେ କନ୍ଧମାଳ ଜିଲ୍ଲାର ପୂଜାରାଣୀ ସାହୁ, ପ୍ରକାଶ କୁମାର ଦିଗାଲ ଓ ରାଉରକେଲାର ଜେଠା ଖାଲକୋ।

Advertisment

ଏ ନେଇ ଦାରିଙ୍ଗବାଡ଼ି ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ କ୍ୱାନ-କି-ଡୋ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଘୋଷଣା କରା ଯାଇଛି। ଏହି କର୍ମଶାଳାରେ ଅତିଥିଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ବିଜେପି ନେତ୍ରୀ ଅର୍ଚ୍ଚନା ପ୍ରଧାନ ଯୋଗ ଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ୱାନ-କି-ଡୋ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

କୋଭିଡ କଟକଣା ଯୋଗୁ ଚୟନ ହୋଇଥିବା ତିନି ପ୍ରତିଯୋଗୀ ଅନ୍ ଲାଇନ ମାଧ୍ୟମରେ ଆସନ୍ତା ୨୩ ଓ ୨୪ ତାରିଖରେ ଭାଗନେବେ। ଏହି ଚାମ୍ପିୟନଶିପକୁ ପରିଚାଳନା କରିବେ ଫ୍ରାନ୍ସର ଗ୍ରାଣ୍ଡ ମାଷ୍ଟର। ସର୍ବ ଭାରତୀୟ ସ୍ତରରେ କେବଳ ଓଡ଼ିଶାରୁ ତିନି ପ୍ରତିଯୋଗୀ ଚାମ୍ପିୟନଶିପରେ ଭାଗ ନେଉଥିବାରୁ ଓଡିଶା କ୍ୱାନ-କି-ଡୋ ଆସୋସିଏସନର ବରିଷ୍ଠ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe