7911
ବାଲିଗୁଡ଼ା(ଅଜିତ ନାୟକ): ଭାରତ ସୀମା ଗଲୱାନ ଘାଟିରେ ଭାରତୀୟ ଯବାନ ଓ ଚୀନ ଯବାନଙ୍କ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷକୁ ଆଜି ଏକ ବର୍ଷ ପୁରିଛି। ଏହି ସଂଘର୍ଷରେ ସହିଦ ହୋଇଥିଲେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ । ଦେଶ ସେବାରେ ନିଜକୁ ସମର୍ପି ଦେଇଥିବା ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମୃତ୍ୟୁକୁ ଆଜି ବର୍ଷେ ପୁରିଛି। ଆଉ ଚନ୍ଦ୍ରକାନ୍ତଙ୍କୁ ଏବେବି ଝୁରି ହେଉଛନ୍ତି ତାଙ୍କ ବାପା ମା’। ପୁଅର ସବୁ କଥା ମନେ ପଡିଲେ ତାଙ୍କୁ ବହୁତ କଷ୍ଟ ଲାଗୁଛି ବୋଲି ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମାଆ କହିଛନ୍ତି। ତାଙ୍କ ମା କହିଛନ୍ତି ଯେ, ବାବୁ ସହିଦ ହେବାର ବର୍ଷେ ପୁରିଛି। ବାବୁ ଅମାକୁ ସବୁ ଦେଇଛି। ସେ ସବୁବେଳେ ମନେ ପଡ଼ୁଛି। ଚନ୍ଦ୍ରକାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା କାଲି ଜନ୍ମ ମାଟି ବିଅରପାଙ୍ଗାରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ ।
ସୂଚନା ଅନୁଯାୟୀ ଗଲଓ୍ଵାନ ଉପତ୍ୟକାରେ ଗତ ବର୍ଷ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ସାମିଲ ଥିଲେ।
ବିଅରପାଙ୍ଗା ଗ୍ରାମର କରୁଣାକର ପ୍ରଧାନ ଓ ବିଳାସିନୀ ପ୍ରଧାନଙ୍କ ୩ ପୁଅ ଓ ଜଣେ ଝିଅ। ଚନ୍ଦ୍ରକାନ୍ତ ବଡ଼ପୁଅ ଥିଲେ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ କୋକଳବା ଜ୍ଞାନ ପଟ୍ଟନାୟକ ହାଇସ୍କୁଲ୍ରେ ମାଟ୍ରିକ୍ ପାସ୍ ପରେ ଶଙ୍କରାଖୋଲ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିଥିଲେ ସେ । ୨୦୧୪ରେ ସେ ଚାକିରି ପାଇ ଭାରତୀୟ ସେନାବାହିନୀ ୧୬-ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ। ଗରିବ ଚାଷୀ ପରିବାରରୁ ଯାଇଥିବା ଚନ୍ଦ୍ରକାନ୍ତ ସେନାରେ ଚାକିରି କରିବା ପରେ ଘରେ ଆନନ୍ଦରେ ଭରି ଯାଇଥିଲା। ପରିବାରରେ ଆର୍ଥିକ ମେରୁଦଣ୍ଡ ସଳଖିଥିଲା ।
ପରିବାରର ଏକ ମାତ୍ର ରୋଜଗାରିଆ ଭାବେ ଦୁଇ ଭାଇ ଓ ଗୋଟିଏ ଭଉଣୀଙ୍କୁ ପାଠ ପଢ଼ାଇ ଭଲ ମଣିଷ କରିବାକୁ ଚନ୍ଦ୍ରକାନ୍ତ ଅଣ୍ଟା ଭିଡ଼ିଥିଲେ ଚନ୍ଦ୍ରକାନ୍ତ। ଏମିତିକି ସେନାରେ ଯୋଗ ଦେବା ଲାଗି ସାଧନା ଜାରି ରଖିବାକୁ ସେ ମଝିଆ ଭାଇକୁ ସର୍ବଦା ପରାମର୍ଶ ଦେଉଥିଲେ। ହେଲେ ଗତ ବର୍ଷ ଜୁନ୍ ୧୪-୧୫ ରାତିରେ ଚୀନ ସେନା ଆକ୍ରମଣରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/7911.jpg)