Advertisment

ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ ଜୀବନ

ବାଲିଗୁଡ଼ା (ଅଜିତ୍ ନାୟକ): ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ। ଫଳରେ ଘଟଣା ସ୍ଥଳରେ ଚାଲିଗଲା ୨ ଜୀବନ। ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏଭଳି ମର୍ମଦୁନ୍ତ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ। ମୃତ ଯୁବକ ଦୁଇ ଜଣ ହେଉଛନ୍ତି ପାଙ୍ଗାନାଜୁ ଗାଁର ରୋହନ ନାୟକ ଓ ମାଦିନାଜୁ ଗାଁର କରଣ ପ୍ରଧାନ। ଗୁରୁତର ଜଣକ ଟିକାବାଲି ଅଞ୍ଚଳର ଅମିତ ଦିଗାଲ ବୋଲି ଜଣାପଡିଛି। ମିଳିଥିବା ସୂଚନା […]

author-image
Ranjit Kumar Jena
ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ ଜୀବନ

Accident

ବାଲିଗୁଡ଼ା (ଅଜିତ୍ ନାୟକ): ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ। ଫଳରେ ଘଟଣା ସ୍ଥଳରେ ଚାଲିଗଲା ୨ ଜୀବନ। ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏଭଳି ମର୍ମଦୁନ୍ତ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ।

Advertisment

ମୃତ ଯୁବକ ଦୁଇ ଜଣ ହେଉଛନ୍ତି ପାଙ୍ଗାନାଜୁ ଗାଁର ରୋହନ ନାୟକ ଓ ମାଦିନାଜୁ ଗାଁର କରଣ ପ୍ରଧାନ। ଗୁରୁତର ଜଣକ ଟିକାବାଲି ଅଞ୍ଚଳର ଅମିତ ଦିଗାଲ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ୩ ଜଣ ଯୁବକ ଗୋଟିଏ ପଲସର୍ ବାଇକ ଯୋଗେ ଜି.ଉଦୟଗିରିରୁ ରାଇକିଆ ଅଭିମୁଖେ ଆସୁଥିଲେ। ତେବେ ବାକିଙ୍ଗିଆ ନିକଟ ଗଡ଼ିସିଲା ଘାଟି ନିକଟରେ ବାଇକଟି ଭାରସାମ୍ୟ ହରାଇ ବସିଥିଲା। ଯେଉଁ କାରଣରୁ ବାଇକଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ତେବେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଅଛନ୍ତି। ଗୁରୁତର ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ରାଇକିଆ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment