/odisha-reporter/media/post_attachments/uploads/2020/10/fire-2.jpg)
fire
ବାଲିଗୁଡ଼ା(ଅଜିତ ଦାସ): ବାପାମା’ ବହୁ ଆଗରୁ ଛାଡ଼ି ଚାଲି ଯାଇଥିଲେ। ଏତେ ବଡ଼ ଦୁନିଆରେ ଭାଇଭଉଣୀ ପରସ୍ପରର ସାହାଭରସା ଥିଲେ। ହେଲେ ଶେଷରେ ଭାଇ ବି ସଂସାର ଛାଡ଼ି ଚାଲିଗଲା। ଗତ ରାତିରେ ଘରେ କେହି ନ ଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଯୁବକ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଲିଙ୍ଗାଗଡ଼ ଗାଁରେ ଦେଖିବାକୁ ମିଳିଛି । ମୃତ ଯୁବକଜଣକ ହେଉଛନ୍ତି ଅଶୋକ ଦଳ ବେହେରା ।
ଗତକାଲି ବିଳମ୍ବିତ ରାତିରେ ଅଶୋକ ଘର ଭିତରୁ କବାଟ ବନ୍ଦ କରିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍ ଅନୁମାନ କରୁଛି । ଗାଁ ଲୋକେ ପୁଲିସ୍କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ କବାଟ ଭାଙ୍ଗି ଅଶୋକଙ୍କ ମୃତଦେହକୁ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଅଶୋକ ବାପା ମା’ ଛେଉଣ୍ଡ ହୋଇଥିବାବେଳେ ନିଜ ଭଉଣୀ ରଶ୍ମି ଦଳ ବେହେରା ସହ ରହୁଥିଲେ । ଗତକାଲି ଭଉଣୀ ଘରେ ନଥିବାବେଳେ ଅଶୋକ ନିଜ ଦେହରେ ନିଆଁ ଜାଳି ଆତ୍ମହତ୍ୟା କରିଥିବା କୁହାଯାଇଛି । ଜି ଉଦୟଗିରି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
