Advertisment

ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଲେ!

ଲିପକଙ୍କୁ କିଏ ହତ୍ୟା କରି ଓଢ଼ଣୀରେ ଗଛରେ ଝୁଲାଇ ଦେଇଥିବା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

author-image
Tapaswini Nayak
Hanging Deadbody

Hanging Deadbody

ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେନ୍ଦୁପତ୍ର ଫଡ଼ି ନିକଟରେ। ଆଜି  ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇ ଗଛରେ ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ଯୁବକଙ୍କ ନାଁ ଲିପକ ପ୍ରଧାନ। ତାଙ୍କ ଘର ସଖିପଡ଼ା ଗାଁରେ।

Advertisment

ଲିପକ ଗତକାଲି ଦିନ ସମୟରେ ଫିରିଙ୍ଗିଆକୁ ଦଣ୍ଡ ନାଚ ଦେଖିବା ପାଇଁ ଆସିଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକେ ଏନେଇ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ଲିପକଙ୍କ ମୃତଦେହ କେନ୍ଦୁପତ୍ର ଫଡ଼ି ନିକଟରେ ଥିବା ଏକ ଗଛରେ ଝୁଲିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଲିପକଙ୍କ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଲିପକଙ୍କୁ କିଏ ହତ୍ୟା କରି ଓଢ଼ଣୀରେ ଗଛରେ ଝୁଲାଇ ଦେଇଥିବା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Deadbody Kandhamal