Advertisment

ବିବାହ ଭୋଜିରୁ ଫେରୁଥିଲେ ୨ ଯୁବକ, ଗଛରେ ପିଟି ହେଲା ବାଇକ୍‌

ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷଣା କରିଥିବା ବେଳେ ସାବନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

undefined

Accident

Advertisment

ବିବାହ ଭୋଜିରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ୨ ଯୁବକ। ମାତ୍ର ବୁଲାଣି ରାସ୍ତାରେ ଗଛରେ ପିଟି ହେଲା ବାଇକ୍‌। ଫଳରେ ଅକାଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ନିକଟରେ ଘଟିଛି। ମୃତ ଯୁବକଙ୍କ ନାମ ରୋହିତ କହଁର ଏବଂ ଆହତ ଯୁବକଙ୍କ ନାମ ସାଇବନ କହଁର । ଉଭୟଙ୍କ ଘର ସମାପାଜୁ ଗ୍ରାମରେ ବୋଲି ଜଣାପଡ଼ିଛି।

Advertisment

ଉଭୟ ରୋହିତ ଓ ସାଇବନ ରାମାଡ଼ି ଗ୍ରାମର ଏକ ଭୋଜି କାର୍ଯ୍ୟରେ ଯୋଗ ଦେଇ ବାଇକରେ ନିଜ ଘରକୁ ଗତକାଲି ବିଳମ୍ବିତ ରାତିରେ ଫେରୁଥିଲେ। ମାତ୍ର ତୁଡ଼ିପାଜୁ ଗ୍ରାମ ନିକଟ ବୁଲାଣି ରାସ୍ତାରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେଲା।

ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷଣା କରିଥିବା ବେଳେ ସାବନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
Accident Deadbody Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe