Advertisment

ଇକୋ ରିଟ୍ରିଟ୍‌ ବର୍ଜ୍ୟବସ୍ତୁ ଖାଇ ୧୦ ଗୋରୁ ଓ ୯ ଛେଳିଙ୍କ ମୃତ୍ୟୁ!

ସରିଙ୍ଗିଇର୍ପି ଗାଁ ମୁଣ୍ଡରେ ତିନି ମାସ ଧରି ଆୟୋଜନ ହୋଇଥିଲା ଇକୋ ରିଟ୍ରିଟ୍‌। ଓଡ଼ିଶା ପର୍ଯ୍ୟଟନ ବିଭାଗ ଉତ୍ସବକୁ ମହା ଆଡମ୍ୱରେ ଆୟୋଜନ କରିଥିଲା। ଦୂରଦୂରାନ୍ତୁ ଅତିଥି ଆସିଥିଲେ।

Garbage

Garbage

Advertisment

ଇକୋ ରିଟ୍ରିଟ୍‌ରୁ ବାହାରିଥିବେ ବର୍ଜ୍ୟବସ୍ତୁ ଖାଇ ଗୋରୁ ଓ ଛେଳିଙ୍କ ମୃତ୍ୟୁ ଘଟିଛି! ଗତ ୩ ଦିନରେ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଅସୁସ୍ଥ ହୋଇଛନ୍ତି। ଠିକ୍‌ ସେମିତି ଅନେକ ଛେଳିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପଲିଥିନ୍‌ ଖାଇ ଗୋରୁ ଓ ଛେଳିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଦାରିଙ୍ଗବାଡ଼ିରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ବର୍ଜ୍ୟବସ୍ତୁ ଗୋଟାଇ ପୋଡ଼ୁଛି।

Advertisment

ସରିଙ୍ଗିଇର୍ପି ଗାଁ ମୁଣ୍ଡରେ ତିନି ମାସ ଧରି ଆୟୋଜନ ହୋଇଥିଲା ଇକୋ ରିଟ୍ରିଟ୍‌। ଓଡ଼ିଶା ପର୍ଯ୍ୟଟନ ବିଭାଗ ଉତ୍ସବକୁ ମହା ଆଡମ୍ୱରେ ଆୟୋଜନ କରିଥିଲା। ଦୂରଦୂରାନ୍ତୁ ଅତିଥି ଆସିଥିଲେ। ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଇକୋ ରିଟ୍ରିଟ୍‌ କ୍ୟାମ୍ପରେ ସମୟ ବିତାଇ କରିଥିଲେ। ହେଲେ ଗଲା ବେଳେ ଛାଡ଼ିଗଲେ କଳଙ୍କର ଛିଟା! ଯେଉଁଥିପାଇଁ ସରିଙ୍ଗିଇର୍ପି ଗାଁ ଲୋକେ ଆଜି ନାକେଦମ୍‌ ହୋଇଛନ୍ତି।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଇକୋ ରିଟ୍ରିଟ୍‌ରୁ ବାହାରିଥିବା ବର୍ଜ୍ୟବସ୍ତୁକୁ ପୋଡ଼ିବା ବଦଳରେ ବାହାରେ ଫିଙ୍ଗିଦେଲା ପ୍ରଶାସନ। ଯେଉଁଥିରେ ରହିଛି ପ୍ଲାଟିକ୍‌ ବୋତଲ, ବ୍ୟାଙ୍ଗ, ପଲିଥିନ୍‌, ପ୍ଲେଟ୍‌, ମଦ ବୋତଲ, ବିୟର ବଟ୍‌ଲ ପ୍ରମୁଖ। ସେହି ପଲିଥିନ୍‌ଖାଇ ଗୋରୁ ଗାଈମାନେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଛି। ଗତ ୩ ତିନି ଦିନ ଭିତରେ ୧୦ରୁ ଅଧିକ ଗୋରୁ ଓ ୯ରୁ ଅଧିକ ଛେଳିଙ୍କ ହୋଇ! ଏହାଛଡ଼ା ଆହୁରି ଅନେକ ଅସୁସ୍ଥ ହୋଇ ପଡ଼ିଛନ୍ତି। ବହୁ ଗୋରୁ ଜଙ୍ଗଲ ଭିତରେ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି।

Advertisment

ବ୍ୟବଚ୍ଛେଦ ବେଳେ ଗୋରୁଙ୍କ ପେଟରୁ ବାହାରିଛି କୁଢ଼ କୁଢ଼ ପଲିଥିନ୍‌। ତେଣୁ ପଲିଥିନ୍‌ ଖାଇ ଗୋରୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଗାଁ ଲୋକ ଦାରିଙ୍ଗବାଡ଼ି ବିଡିଓ ଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଇକୋ ରିଟ୍ରିଟ୍‌ ବର୍ଜ୍ୟବସ୍ତୁ ଫିଙ୍ଗିଥିବା ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‌ ପାଖରେ ଦାବି କରିଛନ୍ତି ଗାଁ ଲୋକ। ଅଭିଯୋଗ ପରେ ଇକୋ ରିଟ୍ରିଟ୍‌ ବର୍ଜ୍ୟବସ୍ତୁ ଓ ପଲିଥିନ ସବୁକୁ ପୋଡି ଦିଆଯାଉଛି।

ସାରିଙ୍ଗିଇର୍ପି ଗାଁର ଯକ୍ଷ ପ୍ରଧାନ କହିଛନ୍ତି, ପଲିଥିନ୍‌ ଖାଇ ଗାଈଙ୍କ ମୃତ୍ୟୁ ହୋଇଛି। ମଲା ଗୋରୁଙ୍କ ପେଟରୁ ଖାଲି ପଲିଥିନ୍‌ ବାହାରୁଛି। ଆମ ଗାଁରେ ୧୦ରୁ ଅଧିକ ଗାଈଙ୍କ ମୃତ୍ୟୁ ହେଲାଣି। ଆହୁ ଅନେକ ଗାଈ ଅସୁସ୍ଥ ହୋଇ ଏତେ ତେଣେ ପଡ଼ିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଗାଁ ଜଣେ ବ୍ୟକ୍ତି କହିଛନ୍ତି, ଇକୋ ରିଟ୍ରିଟ୍‌ ଅଳିଆ ଖାଇ ଆମ ଗାଈଙ୍କ ମୃତ୍ୟୁ ହୋଇଥିଲେ। ସେଥିପାଇଁ କ୍ଷତିପୂରଣ ପ୍ରଦାନ କରାଯାଉ। ଆବର୍ଜନାକୁ ଗୋଟିଏ ସ୍ଥାନରେ ପକାଇ ପୋଡ଼ି ଦିଆଯାଉ। ଏତେତେଣେ ପକାନଯାଉ ବୋଲି ସେ କହିଛନ୍ତି।

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe