Advertisment

ଭୋଜି ଖାଇ ଫେରୁଥିଲେ, ଅଧାବାଟରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ପୁଲିସ ଗାଡ଼ିକୁ ଜବତ କରିବା ସହ କାର୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଡବେରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍ ‍ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବାଳକୃଷ୍ଣ ମଲିକ ଓ ମନିଲ ପ୍ରଧାନ। ବାଳକୃଷ୍ଣ ଓ ମନିଲ ଦୁଇ ବନ୍ଧୁ ଅଟନ୍ତି। ସେମାନଙ୍କ ଘର ପ୍ଲିହେରି ଗାଁରେ।

Advertisment

ଗତକାଲି ବାଳକୃଷ୍ଣ ଓ ମନିଲ କିଲାବାଡ଼ି ଗାଁକୁ ବାଇକ୍‌ ଯୋଗେ ଶୁଦ୍ଧିକ୍ରିୟା ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଭୋଜି ଖାଇ ଘରକୁ ଫେରିଲା ବେଳେ ଡବେରିଠାରେ କାର୍ ‍ସହ ତାଙ୍କ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ବାଳକୃଷ୍ଣ ଓ ମନିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦାରିଙ୍ଗବାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଗାଡ଼ିକୁ ଜବତ କରିବା ସହ କାର୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି ।

Advertisment
Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe