Advertisment

ସ୍କୁଲ ନିର୍ମାଣ କାମ ଟଙ୍କା ହଡ଼ପ କରିଥିଲେ, ତତ୍କାଳୀନ ପ୍ରଧାନଶିକ୍ଷକ ସମେତ ସଭାପତି ଓ ଟିସିଙ୍କୁ ୪ବର୍ଷ ଲେଖାଏଁ ଜେଲ

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଘାଟିତଳ ନୂତନ ଅପର ପ୍ରାଥମିକ ବିଦ୍ୟାଳୟର ଗୃହ ନିର୍ମାଣ ଅର୍ଥ ହଡ଼ପ ମାମଲାରେ ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ ସମେତ ଅନ୍ୟ ଦୁଇ ଜଣଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ ହୋଇଛି।

ଅଦ୍ୟତନ ହୋଇଛି
Phulbali Special Vigilance Court

Phulbali Special Vigilance Court

Advertisment

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଘାଟିତଳ ନୂତନ ଅପର ପ୍ରାଥମିକ ବିଦ୍ୟାଳୟର ଗୃହ ନିର୍ମାଣ ଅର୍ଥ ହଡ଼ପ ମାମଲାରେ ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ ସମେତ ଅନ୍ୟ ଦୁଇ ଜଣଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ ହୋଇଛି। ଏଥିସହିତ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ମଧ୍ୟ ହୋଇଛି। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଏହି ଦଣ୍ଡାଦେଶ କରିଛନ୍ତି।

Advertisment

ଏ ନେଇ ସରକାରୀ ଓକିଲ ଭି.ଭି ରାମଦାସ କହିଛନ୍ତି, ୨୦୦୯-୧୦ ଆର୍ଥିକ ବର୍ଷରେ କନ୍ଧମାଳ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ତରଫରୁ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ୯ ଲକ୍ଷ ୯୬ ହଜାର ଟଙ୍କା ଅନୁଦାନ ଦିଆଯାଇଥିଲା। ସେଥିରୁ ୮ ଲକ୍ଷ ୯୬ ହଜାର ଟଙ୍କାକୁ ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ କିଶୋର କୁମାର ଦାସ, ବିଦ୍ୟାଳୟର ସଭାପତି ସୁବୀନ୍ଦ୍ର କହଁର ଏବଂ ଡିପିଇପି’ର ଟିସି ପୃଥିବୀରାଜ ଲେଙ୍କା ମିଳିତ ଭାବେ ଆତ୍ମସାତ କରିଥିଲେ।

ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଏହି ଟଙ୍କା ହଡ଼ପ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଭିଜିଲାନ୍ସ ଚାର୍ଜସିଟି ଓ ତଥ୍ୟପ୍ରମାଣ ଆଧାରରେ ଏହି ମାମଲାର ବିଚାର କରି ଆଜି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Odisha Education Scam Teachers Ability Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe