Advertisment

ଶୁଣିଲାନି ପୁଲିସ୍‌! ଥାନା ଆଗରେ ଧାରଣା ଦେଲେ ୯ ମାସର ଗର୍ଭବତୀ

ପ୍ରିୟାଙ୍କାଙ୍କ ସ୍ୱାମୀ ହେଉଛନ୍ତି ଉତ୍ତମ ଉଠାଣ ସିଂ। ସେ ଜଣେ ସରକାରୀ ଗ୍ରାମ ରୋଜଗାର ସେବକ। ପତ୍ନୀ ଥାଉଁ ଥାଉଁ ଉତ୍ତମ ଆଉ ଜଣଙ୍କୁ ବିବାହ କରିଛନ୍ତି। ଆଉ ପ୍ରଥମ ପତ୍ନୀ ପ୍ରିୟଙ୍କାଙ୍କୁ ନିର୍ଯେତନା ଦେଉଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Kandhamal

Kandhamal

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି ୯ ମାସର ଗର୍ଭବତୀ। ଏଭଳି ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଧାରଣା ଦେଇଥିବା ଗର୍ଭବତୀ ଜଣକ ହେଉଛନ୍ତି ସାଲକୀ ବୁଡାଗୁଡା ଗାଁର ପ୍ରିୟଙ୍କା ଉଠାଣ ସିଂ। ସ୍ୱାମୀ ଉତ୍ତମ ଉଠାଣ ସିଂଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣା ଦେଇଛନ୍ତି ପ୍ରିୟାଙ୍କା।

Advertisment

ପ୍ରିୟାଙ୍କାଙ୍କ ସ୍ୱାମୀ ହେଉଛନ୍ତି ଉତ୍ତମ ଉଠାଣ ସିଂ। ସେ ଜଣେ ସରକାରୀ ଗ୍ରାମ ରୋଜଗାର ସେବକ। ପତ୍ନୀ ଥାଉଁ ଥାଉଁ ଉତ୍ତମ ଆଉ ଜଣଙ୍କୁ ବିବାହ କରିଛନ୍ତି। ଆଉ ପ୍ରଥମ ପତ୍ନୀ ପ୍ରିୟଙ୍କାଙ୍କୁ ନିର୍ଯେତନା ଦେଉଛନ୍ତି। ଏବେ ପ୍ରିୟଙ୍କା ୯ ମାସର ଗର୍ଭବତୀ ଥିବା ଉତ୍ତମଙ୍କ ନିର୍ଯାତନା ଅସହ୍ୟ ହେଉଛି ଓ ଗଭସ୍ଥ ପିଲା ପାଇଁ ବିପଦ ସୃଷ୍ଟି ହେଉଛି। ତେଣୁ ପ୍ରିୟଙ୍କା ଏନେଇ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଦୁଇ ଥର ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ନ୍ୟାୟ ମିଳିନଥିଲା।

ଶେଷରେ କିଛି ଉପାୟ ନପାଇ ଡାକରେ ଅଭିଯୋଗପତ୍ର ଥାନାକୁ ପଠାଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ନ୍ୟାୟ ମିଳିନଥିଲା। ବରଂ ନିର୍ଯାତନା ବଢ଼ୁଛି ବୋଲି ପ୍ରିୟାଙ୍କା କହିଛନ୍ତି। ସ୍ୱାମୀ ଉତ୍ତମ ଓ ତାଙ୍କ ଦ୍ୱିତୀୟ ପତ୍ନୀ ନିର୍ଯାତନା ଦେଉଛନ୍ତି। ମାରଧର କରୁଥିବା ପ୍ରିୟଙ୍କା କହିଛନ୍ତି। ସବୁଆଡୁ ନିରାଶ ହେବା ପରେ ପ୍ରିୟଙ୍କା ଥାନା ଆଗରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ଯାଏଁ ଥାନା ଅଗରୁ ଉଠିବି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।

Advertisment

ପ୍ରିୟଙ୍କା କହିଛନ୍ତି, ମୁଁ ଜଣେ ଗର୍ଭବତୀ। ନ୍ୟାୟ ପାଇଁ ବାରମ୍ୱାର ଥାନାକୁ ଆସିଛି। ମୋତେ ନ୍ୟାୟ ମିଳୁନି। ନ୍ୟାୟ ନମିଳିବା ଯାଏଁ ଧାରଣା ସ୍ଥଳରୁ ଉଠି ଯିବି ନାହିଁ। ମରିଯିବି ପଛେ ଉଠିବି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।

ପ୍ରିୟଙ୍କାଙ୍କ ଅଭିଯୋଗ ନେଇ ବାଲିଗୁଡ଼ା ଏସ୍‌ଡିପିଓ ୟେଶ ପ୍ରତାପ ଶିରୀମଲ କହିଛନ୍ତି, ଓଆଇସିଙ୍କୁ ନିର୍ଦ୍ଦେଶ ଦେଇଛି ମାମଲା ରୁଜୁ କରି ଘଟଣାର ତଦନ୍ତ କରିବେ। ମାମଲାର ସମାଧାନ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

Kandhamal