Advertisment

ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା

ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଏବଂ ତାଙ୍କର ଗୁମାସ୍ତା ରମେଶ ପ୍ରଧାନ ଏକ ସ୍କୁଟିରେ ହାଟପଦା ନିକଟ ଆକ୍ସିସ୍ ବ୍ୟାଙ୍କକୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ୍ କରିବା ପାଇଁ ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

କଳା ପଲସରରେ ଆସି ଝାମ୍ପି ନେଇଗଲେ ୧୭ ଲକ୍ଷରୁ ଅଧିକ ଟଙ୍କା। ଜଣେ ଗ୍ରୋସରୀ ହୋଲ୍‌ସେଲ୍ ବ୍ୟବସାୟୀଙ୍କ ଠାରୁ ହୋଇଛି ଏହି ଲୁଟ୍। ଏହି ଅଭିଯୋଗ ଆସିଛି ଫୁଲବାଣୀରୁ। 

Advertisment

ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ଅଜୟ ପାତ୍ର। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ଗୁମାସ୍ତା ରମେଶ ପ୍ରଧାନଙ୍କ ସହିତ ଏକ ସ୍କୁଟିରେ ପ୍ରଥମେ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରେ କିଛି ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଧରି ହାଟପଦା ନିକଟସ୍ଥ ଆକ୍ସିସ୍ ବ୍ୟାଙ୍କକୁ ଯାଉଥିଲେ। ଏହି ସମୟରେ ପଲସରରେ ଦୁଇ ଜଣ ଲୁଟେରା ଆସି ଗୁମାସ୍ତା ରମେଶ ପ୍ରଧାନଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଥିଲେ। ଲୁଟେରାମାନେ ହଠାତ ବ୍ୟାଗ୍ ଟାଣି ନେବାରୁ ସ୍କୁଟିଟି ଭାରସାମ୍ୟ ହରାଇଥିଲା ଏବଂ ଅଜୟ ଓ ରମେଶ ତଳେ ପଡ଼ି ଯାଇଥିଲେ। ସେମାନେ ପାଟି କଲା ବେଳକୁ ଲୁଟେରାମାନେ ଫେରାର ହୋଇଯାଇଥିଲେ।

ଲୁଟ୍‌ର ଶିକାର ହୋଇଥିବା ଅଜୟ ପାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଭାଇ ଘଟଣା ସଂପର୍କରେ ଟାଉନ ଥାନାରେ ଏତଲା ଦେଇଛନ୍ତି। ଟାଉନ ଥାନା ଆଇଆଇସି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଆକ୍ସିସ ବ୍ୟାଙ୍କ ଓ ଘଟଣାସ୍ଥଳ ଆଖପାଖ ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ସେଗୁଡ଼ିକୁ ଯାଞ୍ଚ କରି ପୁଲିସ୍ ଲୁଟେରାମାନଙ୍କୁ ଧରିବା ପାଇଁ ପ୍ରୟାସ କରୁଛି। 

Advertisment
Odisha Police Loot Kandhamal