Advertisment

ବ୍ଲକ୍‌ ଅଫିସ୍‌ ଆଗରେ ଅନଶନ କରୁଛି ବୋଲେରୋ!

ଗାଡି ମାଲିକ ହେଉଛନ୍ତି ଭାସ୍କର ନାୟକ। ସେ ତିନି ଦିନ ହେଲା ବ୍ଲକ୍‌ ଅଫିସ ଆଗରେ ଗାଡି ରଖି କେଉଁ ଆଡେ ଚାଲି ଯାଇଛନ୍ତି। ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ କାହାରି ଫୋନ ଉଠାଉ ନାହାନ୍ତି।

Baliguda

Baliguda

Advertisment

ବକେୟା ଟଙ୍କା ପାଇବା ପାଇଁ ବ୍ଲକ ଅଫିସ ଆଗରେ ଅନଶନ କରୁଛି ବୋଲେରୋ। ଏ କଥା ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବିଲକୁଲ ସତ ଘଟଣା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍‌ ଅଫିସରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟା ବୋଲେରୋ ଚାରି ପଟେ ବକେୟା ଟଙ୍କା ଫେରି ପାଇବା ପାଇଁ ପୋଷ୍ଟର ଲାଗିଛି। ୯ରୁ ୧୦ ଲକ୍ଷ ବକେୟା ଟଙ୍କା ନ ମିଳିଲେ ଏଠାରୁ ଗାଡି ଉଠିବ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏମିତି କି ବକେୟା ଟଙ୍କା ପାଇଁ ଗାଡି ମାଲିକ ବିଡ଼ିଓ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହାର ସମାଧାନ ପାଇଁ ନିବେଦନ କରିଛନ୍ତି।

Advertisment

ଗାଡି ମାଲିକ ହେଉଛନ୍ତି ଭାସ୍କର ନାୟକ। ସେ ତିନି ଦିନ ହେଲା ବ୍ଲକ୍‌ ଅଫିସ ଆଗରେ ଗାଡି ରଖି କେଉଁ ଆଡେ ଚାଲି ଯାଇଛନ୍ତି। ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ କାହାରି ଫୋନ ଉଠାଉ ନାହାନ୍ତି। ଏହାସହ ସମ୍ପୃକ୍ତ ବୋଲେରୋ ବିଡ଼ିଓ ବ୍ୟବହାର କରୁଥିବା ଅନ୍ୟ ଏକ ଗାଡି ଆଗରେ ରଖାଯାଇଛି। ତେଣୁ ବିଡ଼ିଓ ସେହି ଗାଡି ବ୍ୟବହାର କରି ପାରୁନାହାନ୍ତି।

ଅନ୍ୟପଟେ ଏ ନେଇ ତୁମୁଡିବନ୍ଧ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏବିଡ଼ିଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସମ୍ପର୍କରେ କିଛି ଜାଣିନାହାନ୍ତି।

Advertisment

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe