Advertisment

ରାସ୍ତା ତଳକୁ ମାଡ଼ିଗଲା ବସ୍‌, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ବସ୍‌ଟି ଯାଇ ଗୋଟିଏ ଗଛରେ ପିଟି ହୋଇ ଅକଟି ଯାଇଥିଲା।

author-image
Manoranjan Sial
Bus

Bus

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌। ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।

Advertisment

‘ସାଲୁଙ୍କି’ ନାମକ ଯାତ୍ରୀବାହୀ ବସ୍‌ ନିର୍ଦ୍ଧାରିତ ସମୟରେ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରି ଥିଲା। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ବସ୍‌ଟି ଯାଇ ଗୋଟିଏ ଗଛରେ ପିଟି ହୋଇ ଅକଟି ଯାଇଥିଲା।

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ୩୦ରୁ ଊର୍ଦ୍ଧ୍ୱ ଆହତ ଯାତ୍ରୀଙ୍କୁ ବସ୍‌ରୁ ଉଦ୍ଧାର କରି କୋଟଗଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତମାନଙ୍କ ମଧ୍ୟରେ କିଛି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ।

Advertisment

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ

Accident Roadaccident Kandhamal