Advertisment

ଲାଞ୍ଚୁଆ କିରାଣୀଙ୍କୁ ମିଳିଲା ୪ ବର୍ଷ ଜେଲ ଦଣ୍ଡ

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଉଦ୍ୟାନ ବିଭାଗର କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀ ୨୦୧୮ ମସିହାରେ ସେହି କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀ ସୁନୀଲ କୁମାର ବେହେରାଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିଲେ।

author-image
Niranjan Mishra
The corrupt clerk

The corrupt clerk

ନିଜ ଅଫିସ କର୍ମଚାରୀ ଠାରୁ ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଉଦ୍ୟାନ ବିଭାଗର କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଏହି ଜେଲ୍ ଦଣ୍ଡ ହୋଇଛି। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଶ୍ରୀ ଚୌଧୁରୀ ୨୦୧୮ ମସିହାରେ ସେହି କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀ ସୁନୀଲ କୁମାର ବେହେରାଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିଲେ।

Advertisment

ଏହି ମାମଲାରେ ଅଭିଯୁକ୍ତ କନିଷ୍ଠ କିରାଣୀଙ୍କୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କ୍ଷେତ୍ର କର୍ମଚାରୀ ସୁନିଲ ବେହରାଙ୍କ ବାଲିଗୁଡ଼ା ସ୍ଥିତ ଏକ ବ୍ୟାଙ୍କରେ ଥିବା ଦରମା ଜମା ଖାତାକୁ ସେଠାରୁ ଫୁଲବାଣୀର ସ୍ଥିତ ଏକ ବ୍ୟାଙ୍କକୁ ଟ୍ରାନ୍ସଫର ପାଇଁ ପ୍ରଦୀପ ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ଲାଞ୍ଚ ଟଙ୍କା ସହିତ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିବା ସହିତ ଏକ ମାମଲା ରୁଜୁ କରିଥିଲେ।

Advertisment

ସେହି ମାମଲାରେ ମୋଟ ୧୨ ଜଣ ସାକ୍ଷ ଓ ଅନ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍ ଏହି ରାୟ ଦେଇଥିବା ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଭି.ଭି ରାମଦାସ କହିଛନ୍ତି।

Corrupt Govt Officials Jail Odisha Vigilance