Advertisment

ସ୍କୁଲ ମରାମତି ବେଳେ ଯୁବକଙ୍କ ମଳଦ୍ୱାରରେ ପଶିଗଲା ଶାବଳ

ଆଜି କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରି ଅଂଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
injured labor

injured labor

Advertisment

ସ୍କୁଲ ମରାମତି ବେଳେ ଯୁବକଙ୍କ ମଳଦ୍ୱାରରେ ପଶିଗଲା ଶାବଳ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆଜି କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରି ଅଂଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Advertisment

ଗୁରୁତର ଯୁବକ ଜଣକ ସୁବର୍ଣ୍ଣଗିରି ଗ୍ରାମର ଶକ୍ତି ପାଟଗୁରୁ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଟଗଡ ଓ ତା’ ପରେ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବାଲିଗୁଡା ଡାକ୍ତରଖାନାରେ ସର୍ଜରି ସୁବିଧା ନଥିବା ଯୋଗୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି।

Advertisment

ଶକ୍ତି ଦିନ ମଜୁରିଆ ଭାବେ କାମ କରନ୍ତି। ଆଜି ସକାଳେ ତଲବସୁବର୍ଣ୍ଣଗିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି କାମରେ ନିୟୋଜିତ ହୋଇଥିଲେ। ସ୍କୁଲର ପୁରୁଣା ଗୃହ ଉପରେ ଚଢ଼ି ଆଜବେଷ୍ଟସ୍ କଢ଼ୁଥିଲେ। ହଠାତ୍ ଆଜବେଷ୍ଟସ ଭାଙ୍ଗିବାରୁ ସେ ଶ୍ରେଣୀ ଗୃହ ଭିତରେ ଥିବା ଶାବଳ ଉପରେ ପଡି ଯାଇଥିଲେ। ତାଙ୍କ ମଳ ଦ୍ଵାରରେ ଶାବଳଟି ପଶି ଯାଇଥିଲା।

ପ୍ରବଣ ଯନ୍ତ୍ରଣା ଭିତରେ ମଧ୍ୟ ସେ ଧର୍ଯ୍ୟ ଧରିଥିଲେ। ସାବଳ ସହ ତାଙ୍କୁ ଉଠାଇ ଆମ୍ବୁଲାନ୍ସ ଜରିଆରେ ଡାକ୍ତରଖାନା ନିଆଯାଇଥିଲା।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ୍ ନାୟକ

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe