Advertisment

ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ ଝିଅ ମୃତଦେହକୁ ଜଗିଛି ବାପା, ମେଡିକାଲରେ ମା’

ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ମୁଠାବାଲି ଗାଁର ନାଥ ଭୋଇଙ୍କ ଝିଅ ଦେହ ଖରାପ ହେବା ଯୋଗୁ ଗତକାଲି ଚିକିତ୍ସା ନିମନ୍ତେ ତାକୁ ପ୍ରଥମେ ବାଲିଗୁଡା ଆଉ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଝିଅଟି ଆଖି ବୁଜି ଦେଇଥିଲା।

accident

accident

Advertisment

ଜ୍ୱରରେ ପୀଡ଼ିତ ଝିଅକୁ ଭଲ କରିବାକୁ ବ୍ରହ୍ମପୁର ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଝିଅଟି ଆଖି ବୁଜିଲା। ଝିଅର ମୃତଦେହକୁ ଧରି ବାପାମା’ ଗାଁକୁ ଫେରୁଥିବା ବେଳେ ଅଧା ବାଟରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ମୃତଦେହ ଥିବା ବେଳେ ମା’ ଏବେ ମେଡିକାଲରେ ଭର୍ତ୍ତି ହୋଇଛି। ଅଧା ବାଟରେ ଝିଅ ମୃତଦେହକୁ ଜଗି ବସିଛି ବାପା। ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ମୁଣ୍ଡାନାଜୁ ଗାଁ ନିକଟ ବୁଲାଣି ରାସ୍ତାରେ ଆଜି ସକାଳେ ଘଟିଛି।

Advertisment

ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ମୁଠାବାଲି ଗାଁର ନାଥ ଭୋଇ ଓ ରତନି ଭୋଇଙ୍କ ୧୮ ବର୍ଷୀୟା ଝିଅ ରଚନା ଭୋଇଙ୍କ ଦେହ ଖରାପ ହେବା ଯୋଗୁ ଗତକାଲି ଚିକିତ୍ସା ନିମନ୍ତେ ତାକୁ ପ୍ରଥମେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଳା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ରଚନାଙ୍କ ମୃତ୍ୟୁ ହୋଇଥିଲା।   

ଏହାପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପାମା’ ଏକ ବେସରକାରୀ ଆମ୍ବୁଲାନ୍ସ ଯୋଗେ ଗାଁକୁ ମୃତଦେହ ନେଇ ଆଜି ସକାଳେ ଫେରିଥିଲେ। ମାତ୍ର ମୃତଦେହ ଗାଁରେ ପହଞ୍ଚିବା ପୂର୍ବରୁ ମୁଣ୍ଡାନାଜୁ ଗାଁ ନିକଟ ବୁଲାଣି ରାସ୍ତାରେ ଆମ୍ବୁଲାନ୍ସଟି ରାସ୍ତା ପାର୍ଶ୍ୱ ଗାର୍ଡୱାଲରେ ପିଟି ହୋଇ ଯାଇଥିଲା ।

Advertisment

ଏହି ଦୁର୍ଘଟଣାରେ ରଚନାଙ୍କ ମା’ ରତନି ଗୁରୁତର ହୋଇଥିବାରୁ ତାଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଫଳରେ ଝିଅର ମୃତଦେହ ଆମ୍ବୁଲାନ୍ସରେ ଥିବାରୁ ତାକୁ ଜଗି ରହିଛନ୍ତି ନାଥ ଭୋଇ । ଫଳରେ ଅସୁସ୍ଥ ପତ୍ନୀଙ୍କ ସହ ଯାଇ ପାରି ନ ଥିବା କ୍ଷୋଭର ସହ କହିଛନ୍ତି।

ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ଦାରିଙ୍ଗବାଡି ଓ କ.ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଚଲାଇଛି । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମାତ୍ର ଏହି ଅଭିଯୋଗକୁ ଡ୍ରାଇଭର ଖଣ୍ଡନ କରିବା ସହ ଆଜି ନୁହେଁ, କାଲି ମଦ ପିଇଥିଲି ବୋଲି ସଫେଇ ଦେଇଛନ୍ତି। ହେଲେ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ହୋଇଥିବା ସେ କହିଛନ୍ତି।

Accident Deadbody Road Accident Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe