Advertisment

୪୦ ଟଙ୍କାରେ ଅଦା ବିକିଥିଲେ କନ୍ଧମାଳ ଚାଷୀ, ଏବେ ୨୦୦ରୁ ୨୫୦!

ଅଦାକୁ ଚାଷୀମାନେ ବଡ଼ ବଡ଼ ବ୍ୟବସାୟୀଙ୍କୁ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି କରିଦେଇଛନ୍ତି। ସେହି ବ୍ୟବସାୟୀମାନେ ଅଦାକୁ ନେଇ ଶୀତଳ ଭଣ୍ଡାରରେ ରଖି ବର୍ଷ ତମାମ ବଜାର ନିୟନ୍ତ୍ରଣ କରୁଛନ୍ତି।

Ginger

Ginger

Advertisment

ଅଦା ଅମଳ ବେଳେ ଆନ୍ତରିକତା ଦେଖାଇଲେ ନାହିଁ ରାଜ୍ୟ ସରକାର! ଅଦା ରଖିବା ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା କଲେନାହିଁ। ତେଣୁ ଅଭାବୀ ବିକ୍ରିରେ ସମ୍ମୁଖୀନ ହୋଇ କନ୍ଧମାଳ ଜିଲ୍ଲା ଶତାଧିକ ଚାଷୀ କିଲୋ ପିଚ୍ଛା ୪୦ ଟଙ୍କାରେ ବିକି ଦେଲେ ଅଦା। ଏବେ କିନ୍ତୁ ବଜାରରେ ଅଦା ଦର ଆକାଶ ଛୁଆଁ ହୋଇଛି। ଅଦା କିଲୋ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି।

Advertisment

ପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ବର୍ଷର ଅର୍ଦ୍ଧାଧିକ ସମୟ ଶୀତଳ ପରିବେଶ ରହିଥାଏ। ତେଣୁ ସେହି ଅଞ୍ଚଳରେ ବହୁଳ ପରିମାଣରେ ଅଦା ଓ ହଳଦୀ ଚାଷ ହୋଇଥାଏ। ଜିଲ୍ଲାର ପ୍ରାୟ ଶତ ପ୍ରତିଶତ ଚାଷୀ ହଳଦୀ ଓ ଅଦା ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ୨୨ରୁ ୨୫ ଶହ ହେକ୍ଟର ଜମିରେ ପ୍ରତିବର୍ଷ ଅଦା ଚାଷ କରୁଛନ୍ତି। ଯେଉଁଥିରୁ ପ୍ରାୟ ୩୦ରୁ ୩୫ ଶହ ମେଟ୍ରିକ୍‌ ଟନ୍‌ ଅଦା ଉତ୍ପାଦନ ହେଉଛି।

କନ୍ଧମାଳ ଅଦାର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି। ହେଲେ ସେହି ହିସାବରେ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ। ଅଦା ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ। ତେଣୁ ଚାଷୀମାନେ ଅଭାବୀ ବିକ୍ରିରେ ସମ୍ମୁଖୀନ ହେଉଛନ୍ତି। ଅମଳ କରୁଥିବା ଅଦାକୁ ଚାଷୀମାନେ ବଡ଼ ବଡ଼ ବ୍ୟବସାୟୀଙ୍କୁ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି କରିଦେଇଛନ୍ତି। ସେହି ବ୍ୟବସାୟୀମାନେ ଅଦାକୁ ନେଇ ଶୀତଳ ଭଣ୍ଡାରରେ ରଖି ବର୍ଷ ତମାମ ବଜାର ନିୟନ୍ତ୍ରଣ କରୁଛନ୍ତି। ଯେଉଁଥିପାଇଁ ଅବର୍ତ୍ତମାନ ବଜାରରେ ଅଦାର ଦର ଆକାଶ ଛୁଆଁ ହୋଇଛି। ବଜାରରେ ଅଦା କିଲୋ ପିଛା ୨୫୦ ଟଙ୍କାରୁ ୩୦୦ ଟଙ୍କା ଦରରେ ବିକ୍ରି ହେଉଛି। ଆଉ ଅଦା ଚାଷୀମାନେ ମାଲାମାଲ ହେଉଛନ୍ତି। କିନ୍ତୁ ଚାଷୀ ଯେମିତି କାଙ୍ଗାଳି ଥିଲା, ଠିକ୍‌ ସେମିତି କାଙ୍ଗାଳି ହୋଇ ରହିଛି।

Advertisment

ଅଦା ଚାଷୀ ଗୌରଚନ୍ଦ୍ର କହଁର କହିଛନ୍ତି, ଶୀତ ଋତୁରେ ଅଦା ଅମଳ କରିଥିଲୁ। ଅଦା ରଖିବା ପାଇଁ ଶୀତଳ ଭଣ୍ଡାର ନଥିବାରୁ ୪୦ ଟଙ୍କାରେ ଅଦା ବିକ୍ରି କରିଥିଲୁ। ଏବେ କିନ୍ତୁ ଅଦା କିଲୋ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି। ଯଦି ଆମ ଜିଲ୍ଲାରେ ଶୀତଳ ଭଣ୍ଡାର ଥାଆନ୍ତା, ତାହାହେଲେ ଆମେ ୨୦୦ରୁ ୨୫୦ ଟଙ୍କାରେ ଅଦା ବିକ୍ରି କରିଥାଆନ୍ତୁ। ଆମ ଜିଲ୍ଲାରେ ଶୀଳତ ଭଣ୍ଡାର ରହିଥିଲେ, ଅଦା ଚାଷ କରି ଭଲ ଦୁଇ ପଇସା ପାଇଥାଆନ୍ତୁ ବୋଲି ଶ୍ରୀ କହଁର କହିଛନ୍ତି।

ଅଦା ଚାଷୀ ଡ୍ରାବୁ ମଲ୍ଲିକ କହିଛନ୍ତି, ଅଦା ଚାଷ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ୁଛି। ହେଲେ ସେହି ହିସାବରେ ଅର୍ଥ ମିଳୁନି। ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବାରୁ କମ୍‌ ଦାମରେ ଅଦା ବିକିବା ପାଇଁ ବାଧ୍ୟ ହେଉଛୁ। ବେପାରୀମାନେ ୪୦ରୁ ୫୦ ଟଙ୍କାରେ ଅଦା ନେଇ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି କକରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ରିପୋର୍ଟ-ଫୁଲବାଣୀରୁ ତ୍ରୀନାଥ ସାହୁ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe