Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଳବାଣୀ ଟାଉନ ଥାନା ଡାକପାଲା ମଝିଆସାହିରେ।

author-image
Tapaswini Nayak
Gun

GUN

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଳବାଣୀ ଟାଉନ ଥାନା ଡାକପାଲା ମଝିଆସାହିରେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଆହତ ଯୁବକ ଜଣଙ୍କ ହେଲେ ଅଜିତ ପ୍ରଧାନ। ଗୁଳିକାଣ୍ଡ ପରେ ଅଭିଯୁକ୍ ଯୁବକ ବୀଜବନ ବିନ୍ଧାଣୀ ଫେରାର ହୋଇଯାଇଛି। ଅଜିତଙ୍କ ଶରୀରରେ ଦୁଇ ରାଉଣ୍ଡ ଗୁଳି ବାଜିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ଅଜିତ ଗତରାତିରେ ଉପରସାହିରେ ରହୁଥିବା ତାଙ୍କ ମା'ଙ୍କ ପାଖକୁ ଖାଇବାକୁ ନେଇ ଯାଇଥିଲେ। ମା’ଙ୍କୁ ଖାଇବା ଦେଇ ଫେରିଲା ବେଳେ ବୀଜବନ ଅଜିତ ଉପରକୁ ଗୁଡ଼ିମାଡ଼ କରିଥିଲେ। ଗୁଳି ଶବ୍ଦ ଶୁଣି ସାହିଲୋକ ଏକତ୍ରିତ ହୋଇଯାଇଥିଲେ। ଅଜିତଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବୀଜବନ ଫେରାର ହୋଇଯାଇଥିଲା। ତେବେ ତାକୁ ତୁରନ୍ତ ଗିରଫ କରାଯାଉ ବୋଲି ଆହତଙ୍କ ଘର ଲୋକ ଏବଂ ସାହିବାସିନ୍ଦା ମାନେ କହିଛନ୍ତି !

Advertisment
Kandhamal