Advertisment

ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ଧରା ପଡ଼ିଲେ ଦୁଇ ଅଭିଯୁକ୍ତ

ଖଜୁରୀପଡା ବ୍ଲକର ପଖାଳଖିଆ ଗାଁର ଯଶୋବନ୍ତ କହଁର ଓ ଆଲୋକ କହଁର ବାଘ ଛାଲ ବିକ୍ରି କରିବାକୁ ଜିଲ୍ଲା ବାହାରକୁ ନେବା ପାଇଁ ଯୋଜନା କରୁଥିଲେ।

Leopard Skin

Leopard Skin

Advertisment

ବିକ୍ରି ପାଇଁ ନେଉଥିଲେ ବାଘ ଛାଲ। ହେଲେ ତା’ପୂର୍ବରୁ ଜାଲରେ ପଡ଼ିଗଲେ ଦୁଇ ଅଭିଯୁକ୍ତ। ଫୁଲବାଣୀ ବନ ବିଭାଗ ସେମାନଙ୍କୁ ଗିରଫ କରିବା ସହିତ ଗୋଟିଏ ବାଘ ଛାଲ ଓ ବାଇକ୍‌ ଜବତ କରିଛି।

Advertisment

ଖଜୁରୀପଡା ବ୍ଲକର ପଖାଳଖିଆ ଗାଁର ଯଶୋବନ୍ତ କହଁର ଓ ଆଲୋକ କହଁର ବାଘ ଛାଲ ବିକ୍ରି କରିବାକୁ ଜିଲ୍ଲା ବାହାରକୁ ନେବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ଏସିଏଫ୍‌ ମଳୟ ରଞ୍ଜନ କାଲୋ ଓ ଫୁଲବାଣୀ ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ନେତୃତ୍ୱରେ ଗଠିତ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଅଚାନକ ଚଢ଼ଉ କରି ଗୋଟିଏ ବଘ ଛାଲ ଓ ଗୋଟିଏ ବାଇକ୍‌ ଜବତ କରିଥିଲେ। ଏହି ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗ। ଜବତ ହୋଇଥିବା ବାଘ ଛାଲ କାହାକୁ ବିକ୍ରି ପାଇଁ ନେଉଥିଲେ? ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ବନ ବିଭାଗ ତାହା ଉପରେ ତଦନ୍ତ ଚଳାଇଛି। ସେପଟେ ଗିରଫ ଅଭିଯୁକ୍ତମାନେ ବାଘ ଶିକାର କରନ୍ତି କି ନାହିଁ, ସେ ସମ୍ପର୍କରେ ତଦନ୍ତ ଚାଲିଥିବା ଡିଏଫ୍‌ଓ ପ୍ରଶାନ୍ତ ପଟେଲ କହିଛନ୍ତି।

ଡିଏଫ୍‌ଓ ପ୍ରଶାନ୍ତ ପଟେଲ କହିଛନ୍ତି, ଫୁଲବାଣୀ ରେଞ୍ଜ ଅଞ୍ଚଳରେ ବାଘଙ୍କ ଗତିବିଧି ରହିଛି। ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ମଧ୍ୟ ଲାଗିଛି। ବାଘଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଏ ଅଞ୍ଚଳରେ କୌଣସି ବାଘଙ୍କ ମୃତ୍ୟୁ ଘଟିନାହିଁ। ତେବେ ଜବତ ହୋଇଥିବା ବାଘ ଛାଲ କେଉଁ ଅଞ୍ଚଳରେ, ତଦନ୍ତ ପରେ ତାହା ଜଣାପଡ଼ିବ ବୋଲି ଡିଏଫ୍‌ଓ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ବାଘ ଛାଲ ରାକେଟ୍‌ ସକ୍ରିୟ ଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକଙ୍କ ଏସିଏଫ୍‌ ମଳୟ ରଞ୍ଜନ କାଲୋ ଓ ଫୁଲବାଣୀ ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଥିଲା।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଇ ସାହୁ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe