Advertisment

ରକ୍ତମୁଖା ନକ୍ସଲ, ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି କଲେ ହତ୍ୟା

ଗତକାଲି ରାତିରେ ସୁବଳ କହଁର ଘରେ ଶୋଇଥିବା ବେଳେ ୩ଜଣ ସଶସ୍ତ୍ର ନକ୍ସଲ ତାଙ୍କୁ ଘରୁ ଡାକି ନେଇଥିଲେ।

author-image
Tapaswini Nayak
undefined

Murder

ନକ୍ସଲଙ୍କ ବର୍ବରକାଣ୍ଡ। ପୂର୍ବତନ ସରପଞ୍ଚଙ୍କୁ ଗୁଳି କରିହତ୍ୟା କଲେ ନକ୍ସଲ। ଏଭଳି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଉଲିପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁବଳ କହଁର।

Advertisment

 ଗତକାଲି ରାତିରେ ସୁବଳ କହଁର ଘରେ ଶୋଇଥିବା ବେଳେ ୩ଜଣ ସଶସ୍ତ୍ର ନକ୍ସଲ ତାଙ୍କୁ ଘରୁ ଡାକି ନେଇଥିଲେ। ପରେ ଘରଠୁ ପ୍ରାୟ୨ ଶହ ମିଟର ଦୂରକୁ ଡାକି ନେଇ ୫ ରାଉଣ୍ଡ ଗୁଳି କରି ହତ୍ୟା କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ସୁବଳଙ୍କୁ  ନକ୍ସଲ ହତ୍ୟା କରିଥିବା ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି।

ପରିବାର ଲୋକେ ଘଟଣା ସମ୍ପର୍କରେ ଫିରିଙ୍ଗିଆ ଥାନାକୁ ଜଣାଇଥିଲେ। ହେଲେ ପୁଲିସ ଘଟଣାସ୍ଥଳକୁ ଯିବାକୁ ମନା କରିଥିଲା। ଶେଷରେ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ସୁବଳଙ୍କ ମୃତଦେହକୁ ଘରକୁ ଆଣିଥିଲେ। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ। ନକ୍ସଲଙ୍କ ଏପରି ବର୍ବରକାଣ୍ଡ ପରେ  ଗ୍ରାମବାସୀ ଓ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Advertisment

ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ନକ୍ସଲ ଆହତ ହୋଇଥିଲା ବେଳେ ସିଆରପିଏଫ୍‌ ଡିଏସ୍‌ପି ଆହତ ହୋଇଥିଲେ।

Naxal Attack Naxal Kandhamal