Advertisment

ରଙ୍ଗ୍‌ ନମ୍ବରରୁ ରଙ୍ଗ୍‌ ସମ୍ପର୍କ; ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର

ନ୍ୟାୟ ଆଶାରେ ପରିବାର ସହ ଯୁବତୀଜଣକ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ।

ଅଦ୍ୟତନ ହୋଇଛି
undefined

Rape victim

Advertisment

ରଙ୍ଗ୍‌ ନମ୍ବରରୁ ଆରମ୍ଭ ହେଲା କଥାବର୍ତ୍ତା । ଏହାପରେ ଦେଖା ସାକ୍ଷାତରୁ ହେଲା ସମ୍ପର୍କ। ସାତ ଜନ୍ମର ସାଥୀ ହୋଇ ରହିବେ ବୋଲି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ଯୁବକ । ନିଜ ପ୍ରେମିକ ସହ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଯୁବତୀ ତାଙ୍କର ସବୁ କଥାକୁ ସ୍ୱୀକାର କରିନେଲେ। ଏହାର ସୁଯୋଗ ନେଇ ଯୁବକଜଣକ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ ପଛାଇଲେ ନାହିଁ। ହେଲେ ବିବାହ କଥା ଉଠିବାରୁ ଆଉ ଧରା ଛୁଅଁ ଦେଉ ନାହାନ୍ତି ଯୁବକଜଣକ । ନ୍ୟାୟ ଆଶାରେ ପରିବାର ସହ ଯୁବତୀଜଣକ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଏପରି ଏକ ଲଜ୍ୟାଜନକ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।

Advertisment

କନ୍ଧମାଳ ଜିଲ୍ଲାର ସଦର ମହକୁମାରେ ଥିବା ରେଡକ୍ରସ ଭବନର ଜଣେ କର୍ମଚାରୀଙ୍କ ଘରେ ଯୁବତୀଜଣକ କାମ କରୁଥିଲେ। ଏହା ମଧ୍ୟରେ ଥରେ ରଙ୍ଗ ନମ୍ବରରୁ ସୁନିଲ ନାମକ ଯୁବକଙ୍କ ସହ ତାଙ୍କର କଥା ହୋଇଥିଲା। ଏହାପରେ ସମ୍ପର୍କ ଧୀରେ ଧୀରେ ଆଗକୁ ବଢ଼ିବାକୁ ଲାଗିଲା। ଥରେ ଉକ୍ତ କର୍ମଚାରୀଙ୍କ କ୍ୱାର୍ଟର୍ସରେ କେହି ନ ଥିବା ସୁଯୋଗରେ ଉକ୍ତ ଯୁବକଜଣକ ସେଠାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ସହ ଜୋରଜବରଦସ୍ତି କରିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସେ ବହୁଥର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ମାତ୍ର ଯୁବତୀଜଣକ ବିବାହ କଥା କହିବାରୁ ଆଉ ଧରା ଛୁଆଁ ଦେଉ ନ ଥିବା ବେଳେ ହତ୍ୟା ଧମକ ବି ଦେଉଛନ୍ତି। 

 ଯୁବତୀଙ୍କ ଭାଇ ଖବର ପାଇ ଭଉଣୀଠୁ ସବୁ କଥା ବୁଝିଥିଲେ। ଏହାପରେ ନ୍ୟାୟ ପାଇଁ ଗତ ମାସ ୧୯ ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଏହା ଆମ କେସ୍‌ ନୁହଁ କହି ସେଠାରୁ ସେମାନଙ୍କୁ ଖଜୁରିପଡ଼ା ଥାନାକୁ ପଠାଇ ଦେଇଥିଲେ। ଏପରିକି ସହାୟତା କରିବା ବଦଳରେ ପୁଲିସ୍‌ ଯୁବତୀଙ୍କୁ ଆକ୍ଷେପ କରି ବହୁ କଥା କହିଥିବା ତାଙ୍କ ଭାଇ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

Advertisment

ନ୍ୟାୟ ପାଇଁ ଭାଇଭଉଣୀ ବାର ଦୁଆର ହେବା ପରେ କଟକ ଡିଜି ଅଫିସ ଯାଇଥିଲେ । ସେଠାରୁ ଫୁଲବାଣୀ ଏସ୍‌ପିଙ୍କୁ ସାକ୍ଷାତ କରିବାକୁ କୁହାଯିବାରୁ ଉଭୟ ଏସ୍‌ପିଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି। ହେଲେ ପୁଲିସ୍‌ ଏ ଯାଏ ଅଭିଯୁକ୍ତଙ୍କୁ ଗିରଫ କରିବା ନାଁ ଧରୁ ନ ଥିବାରୁ ନ୍ୟାୟ ବ୍ୟବସ୍ଥା ଉପରୁ ସେମାନଙ୍କ ଭରସା ତୁଟି ଯାଉଥିବା ପୀଡ଼ିତାଙ୍କ ଭାଇ କହିଛନ୍ତି।

Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe