Advertisment

ପ୍ରଧାନଶିକ୍ଷକଙ୍କ ପ୍ରେମ ପାଠ, ସ୍କୁଲ ଘରେ ମାଳ ଦିଆନିଆ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

ସ୍କୁଲ ଗୋଦାମ ଘର ସାଜିଲା ବିବାହ ମଣ୍ଡପ । ବେକରେ ପଡ଼ିଲା ଫୁଲମାଳ । ଦ୍ୱିତୀୟ ଥର ପାଇଁ ବର ସାଜିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ।

author-image
Niharika Rout
ଅଦ୍ୟତନ ହୋଇଛି
Head Master

Head Master

ସ୍କୁଲ ଗୋଦାମ ଘର ସାଜିଲା ବିବାହ ମଣ୍ଡପ । ବେକରେ ପଡ଼ିଲା ଫୁଲମାଳ । ଦ୍ୱିତୀୟ ଥର ପାଇଁ ବର ସାଜିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ଦ୍ୱିତୀୟ ପତ୍ନୀଙ୍କ ପାଖରେ ଛିଡ଼ା ହୋଇ ବେଶ୍‌ ଖୁସି ବି ଥିଲେ। ଉଭୟ ଏକସଙ୍ଗେ ଛେନାପୋଡ଼ କାଟିଲେ। ଉପସ୍ଥିତ ଅତିଥିଙ୍କୁ ଟି -ପାର୍ଟିରେ ଆପାୟିତ ବି କଲେ।

Advertisment

ପ୍ରଥମ ବିବାହର ବିଚ୍ଛେଦ ହୋଇ ନ ଥିବା ବେଳେ ରସିକିଆ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱିତୀୟ ଥର ପାଇଁ ବର ସାଜିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରଥମ ପତ୍ନୀ। ମାତ୍ର ଏହା କେବଳ ମୋ’ ବାର୍ଥଡେ ପାର୍ଟି ଥିଲା ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନଶିକ୍ଷକଜଣକ । ଏପରି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଘଟିଛି । ଏହି ରସିକିଆ ହେଡମାଷ୍ଟର ହେଉଛନ୍ତି ବ୍ଲକର ସୁଜାମାଜୁ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ।

ଶ୍ରୀପତି ନାୟକଙ୍କ ପ୍ରଥମ ପତ୍ନୀ ନିରୁପମା ଡାକୁଆଙ୍କ ଅଭିଯୋଗ ଅନୁଯାୟୀ, ସେ ଶ୍ରୀପତି ନାୟକଙ୍କୁ ୨୦୦୩ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ଥିବା ବେଳେ ସେ ଏବେ ଯୁକ୍ତ ୨ରେ ପାଠ ପଢ଼ୁଛି। ମାତ୍ର ଦାମ୍ପତ୍ୟ କଳହ ଧୀରେ ଧୀରେ ଉଗ୍ର ହେବାରୁ ୨୦୧୩ ମସିହାରେ ଏନେଇ ଥାନାରେ କେସ୍‌ ଦେଇଥିଲେ ନିଜେ କେସ୍‌ କରି ତାହାକୁ ପୁଣି ପ୍ରତ୍ୟାହାର କରିନେଲେ ଶ୍ରୀପତି ନାୟକ । ଏବେ ପୁଣି ବାଲିଗୁଡ଼ାରେ କେସ୍‌ ଚାଲିଛି। ଇତି ମଧ୍ୟରେ ଆମ ବିବାହ ବିଚ୍ଛେଦ ହୋଇ ନ ଥିବା ବେଳେ ସେ ଆମ ଭରଣପୋଷଣ ଖର୍ଚ୍ଚ ବହନ କରୁ ନାହାନ୍ତି। ମୁଁ ଏବେ ଝିଅ ସହ ମୋ ମା’ ଘରେ ରହୁଛି।

Advertisment
Marriage Partyବିବାହରେ ଯୋଗ ଦେଇଥିବା ସ୍କୁଲ କର୍ମଚାରୀ।

ଏଥିସହ ସେ କହିଛନ୍ତି, ବିବାହ ବିଚ୍ଛେଦ ବିନା ଶ୍ରୀପତି ନାୟକ ଦ୍ୱିତୀୟ ବିବାହ କରିଛନ୍ତି। ସ୍କୁଲ କ୍ୟାମ୍ପସ୍‌ ଭିତରେ ଥିବା ଗୋଦାମ ଘରେ ଏଥିନିମନ୍ତେ ଏକ ପାର୍ଟି ହୋଇଥିବା ବେଳେ ବହୁ ସଂଖ୍ୟାରେ ଶିକ୍ଷମଶିକ୍ଷୟିତ୍ରୀ ବି ଉପସ୍ଥିତ ଥିଲେ। ମୋ’ ସ୍ୱାମୀ ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ସେ କିପରି ଏପରି ଆଇନ ବିରୋଧୀ କାମ କଲେ ଓ ଅନ୍ୟମାନେ ତାଙ୍କୁ ଏଥିରେ ସହଯୋଗ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ, ଦ୍ୱିତୀୟ ବିବାହ ଘଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ଶ୍ରିପତି ନାୟକ । ଏନେଇ ସେ କହିଛନ୍ତି, ଡିଭୋର୍ସ ଫାଇଲ କରିଛି। ୭ ବର୍ଷ ହେଲା ମୁଁ ଏକୁଟିଆ ରହୁଛି। ଉକ୍ତ ଦିନ ମୋର ଜନ୍ମଦିନ ଥିବାରୁ ମୋ’ ଷ୍ଟାଫଙ୍କୁ ଖାଇବାକୁ ଦେଇଥିଲି। ଷ୍ଟାଫମାନେ ଖୁସି ହୋଇ ମୋ’ ବେକରେ ଫୁଲମାଳ ପକାଇ ଦେଇଥିଲେ।

Marriage Partyଉପସ୍ଥିତ ଅତିଥିଙ୍କୁ ସ୍ନାକ୍ସରେ ଆପାୟିତ କରାଯାଉଛି।

ପତ୍ନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତାହାର କୌଣସି ସତ୍ୟତା ନାହିଁ। ୨୦୧୩-୧୪ରୁ ଆମର କେସ୍‌ ଚାଲିଛି । ୨୦୧୬ ମସିହାରୁ ୫ ହଜାର ଟଙ୍କା ଲେଖା ଦେଉଛି। ତାଙ୍କ ଅଭିଯୋଗର ଭିତ୍ତିଭୂମି ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି  ଶ୍ରିପତି ନାୟକ ।

ନିରୁପମା ଡାକୁଆଙ୍କ ଏନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏ ନେଇ ପୁଲିସର ପ୍ରତିକ୍ରିୟା ମିଳିନି ।

Marriage