Advertisment

ଗାଁରେ କାମ ମିଳିଲାନି! ମୁମ୍ୱାଇ ଯାଇଥିଲେ, ଦୁଇ ହାତ କାଟିଦେଲେ

ରକ୍ତ ଜୁଡୁବୁଡୁ ହୋଇ ସଜ୍ଞା ହରାଇ ରାସ୍ତାରେ ପଡ଼ିଥିଲେ। କେତେକ ସ୍ୱେଚ୍ଛାସେବୀଙ୍କ ସହାୟତାରେ ମୁମ୍ୱାଇ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ ନିଜର ପୂରା ଠକଣା ଓ ମୁମ୍ୱାଇ ଆସିବାର କାରଣ କହିଥିଲେ।

Phulbani

Phulbani

Advertisment

ଗାଁରେ କାମ ମିଳିଲାନି! ପେଟର ଜ୍ୱଳା ଲିଭାଇବା ପାଇଁ ଦାଦନ ଖଟିବାକୁ ମୁମ୍ୱାଇ ଯାଇଥିଲେ। ଟ୍ରେନ୍‌ରୁ ଓହ୍ଲାଇ ରାସ୍ତାରେ ଯାଉଥିବା ବେଳେ ଦୁଇ ହାତ କାଟିଦେଲେ ଦୁର୍ବୃତ୍ତ। ଏବେ ଦୁଇ ହାତ ହରାଇ ଘରକୁ ଫେରିଛନ୍ତି କନ୍ଧମାଳ ଜିଲ୍ଲାର ଅଙ୍ଗଦ ମଲ୍ଲିକ। ଏନେଇ ସେ ଆଜି ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଗାଁରେ କାମ ମିଳିଲା ନାହିଁ। ତେଣୁ ରୋଜଗାର ପାଇଁ ମୁମ୍ୱାଇ ଯାଉଥିଲେ ବାଲିଗୁଡ଼ା ଥାନା ଡହଲପଡ଼ି ଗାଁର ଅଙ୍ଗଦ ମଲ୍ଲିକ। ତାଙ୍କୁ ତାଙ୍କ ବନ୍ଧୁ ଭଗମୁଣ୍ଡା ଗାଁର ରବି ସାହାଣୀ ଏକ ଠିକା କାମରେ ନିୟୋଜିତ କରାଇଦେବେ ବୋଲି କହି ଡାକିଥିଲେ। ଏଥିପାଇଁ ମାସିକ ୮୦୦୦ ଟଙ୍କା ଦରମା ମିଳିବ ବୋଲି କହିଥିଲେ। ଲୋଭନୀୟ ଅଫର ପାଇ ମୁମ୍ୱାଇ ଯାଇଥିଲେ ଅଙ୍ଗଦ। ସେ ମୁମ୍ୱାଇ ଷ୍ଟେସନ୍‌ରୁ ଓହ୍ଲାଇ ରବି ସାହାଣୀ ଦେଇଥିବା ଠିକଣାକୁ ଚାଲି ଚାଲି ଯାଉଥିଲେ। ତେବେ ହଠାତ୍‌ ତାଙ୍କୁ କେତେକ ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ।

ଦୁର୍ବୃତ୍ତଙ୍କ ଆକ୍ରମରେ ଅଙ୍ଗଦଙ୍କ ଦୁଇ ହାତ କଟି ଯାଇଥିଲା। ରକ୍ତ ଜୁଡୁବୁଡୁ ହୋଇ ସଜ୍ଞା ହରାଇ ରାସ୍ତାରେ ପଡ଼ିଥିଲେ। କେତେକ ସ୍ୱେଚ୍ଛାସେବୀଙ୍କ ସହାୟତାରେ ମୁମ୍ୱାଇ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ ନିଜର ପୂରା ଠକଣା ଓ ମୁମ୍ୱାଇ ଆସିବାର କାରଣ କହିଥିଲେ। ଏହା ପରେ ଅର୍ଥାତ ଗତ ୨୩ ତାରିଖରେ ଏନେଇ ଅଙ୍ଗଦଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ମୁମ୍ୱାଇ ଯାଇ ତାଙ୍କୁ ଓଡ଼ିଶା ଆଣିଛନ୍ତି। ଆଜି ସେ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ତେବେ କେଉଁ କାରଣ ପାଇଁ ଓ କିଏ ଅଙ୍ଗଦଙ୍କ ହାତ କାଟିଦେଲା? ସେ ସମ୍ପର୍କରେ ଜଣାପଡ଼ି ନାହିଁ। ହାତ କାଟିଥିବା ଦୁର୍ବୃତ୍ତଙ୍କୁ ପୁଲିସ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅଙ୍ଗଦଙ୍କ ପରିବାର ଲୋକ ଦାବି କରିଛନ୍ତି।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Kandhamal Migrant Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe