Advertisment

୨୦ଟି ଚୋରି କରି ୫ ଚୋର ଗିରଫ

ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌କୁ ସୁରାଗ ମିଳିଥିଲା। ଏହି ଅଭିଯୋଗରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।

author-image
Manoranjan Sial
Kandhamal Police

Kandhamal Police

କନ୍ଧମାଳ ଜିଲ୍ଲାରୁ ୨୦ଟି ଚୋରି ମାମଲାରେ ଗିରଫ ହେଲେ ୫ ଚୋର। ପୁଲିସ୍‌ ଏମାନଙ୍କଠାରୁ ବହୁ ଚୋରି ସାମଗ୍ରୀ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର।

Advertisment

କନ୍ଧମାଳ ଜିଲ୍ଲା ଫୁଲବାଣୀ, ଖଜୁରିପଡା, ଗୋଚ୍ଛାପଡା, ଫିରିଙ୍ଗିଆ, କ.ନୂଆଗାଁ ପ୍ରଭୃତି ୬ଟି ଥାନା ଅଞ୍ଚଳରୁ ଗତ ୫ରୁ ୬ ମାସ ହେବ ବାରମ୍ୱାର ଚୋରି ହେଉଥିଲା। ଚୋରମାନେ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରୁ ଚୋରୁଥିଲେ। ଏନେଇ ଅଭିଯୋଗ ହେବା ପରେ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏସ୍‌ପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି।

ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌କୁ ସୁରାଗ ମିଳିଥିଲା। ଏହି ଅଭିଯୋଗରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ସାଗର ବିଶ୍ୱାଳ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ମଙ୍ଗୁଳୁ ପ୍ରଧାନ, ମହେଶ୍ୱର ବେହେରା, ନିରଞ୍ଜନ କହଁର ଓ ଆଲୋକ ମୁନୀ। ପୁଲିସ୍‌ ସେମାନଙ୍କଠାରୁ ବହୁ LED ଟିଭି, କମ୍ପ୍ୟୁଟର, ପ୍ରିଣ୍ଟର, ଇନ୍‌ଭର୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

Advertisment

ଏସ୍‌ପିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଚୋରମାନେ କନ୍ଧମାଳ ଜିଲ୍ଲା ସାରା ଚୋରି କରନ୍ତି। ପରେ ସେ ସବୁ ସାମଗ୍ରୀକୁ ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରି କରିଦିଅନ୍ତି। ଏବେ ଗିରଫ ଚୋରଙ୍କ ନଥି ଖୋଲା ଯାଉଛି। ଏଥିରେ ଯଦି ଅନ୍ୟ କାହାରି ସମ୍ପୃକ୍ତ ଥିବା, ତାହାହେଲେ ସମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

Odisha Crime Kandhamal