Advertisment

ଅଢ଼େଇ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଚାଲାଣ ହେଉଥିଲା ଭୋପାଲ

କନ୍ଧମାଳ ଜିଲ୍ଲାରୁ ମଧ୍ୟପ୍ରଦେଶର ଭୋପାଲକୁ ଚାଲାଣ ହେଉଥିବା ବେଳେ ଧରାପଡ଼ିଛି ଅଢ଼େଇ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ।

marijuana seized

marijuana seized

Advertisment

କନ୍ଧମାଳ ଜିଲ୍ଲାରୁ ମଧ୍ୟପ୍ରଦେଶର ଭୋପାଲକୁ ଚାଲାଣ ହେଉଥିବା ବେଳେ ଧରାପଡ଼ିଛି ଅଢ଼େଇ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ। ଏକ ବୋଲରରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ ଗାଡ଼ି ଓ ଗଞ୍ଜେଇକୁ ଜବତ କରିଥିବା ବେଳେ ଚାଲାଣ କରୁଥିବା ୨ ଜଣଙ୍କୁ ଗିରଫ କରିଛି। 

Advertisment

ଗିରଫ ଦୁଇ ବ୍ୟକ୍ତି ଭୋପାଳର ସତ୍ୟମ ଲୋଧି ଓ ସୋନି କିରର। ଜବତ ଗଞ୍ଜେଇର ପରିମାଣ ୨ କ୍ୟୁଣ୍ଟାଲ ୮୫ କେଜି ବୋଲି ପୁଲିସ ସୂଚନା ଦେଇଛି। ଏହି ମାମଲାରେ ଗୋଟିଏ ବୋଲେରୋ ଓ ଗୋଟିଏ ବାଇକକୁ ଜବତ କରାଯାଇଛି। ଏହି ଦୁଇ ବ୍ୟକ୍ତି ପୋଖରୀବନ୍ଧ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଯାଞ୍ଚରେ ଧରାପଡ଼ିଥିଲେ।

ଯାହା ପରେ ଅନ୍ତଃରାଜ୍ୟ ନିଶା କାରବାରରେ ମାଫିଆଙ୍କ ବଡ଼ ହାତ ରହିଥିବା ସ୍ପଷ୍ଟ ହୋଇଛି। ଏହି ନିଶା ଚୋରା ଚାଲାଣରେ ଆଉ କେଉଁମାନଙ୍କ ହାତ ରହିଛି ତାହାର ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି।

Advertisment

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ୍ ନାୟକ

Crime Kandhamal Marijuana Transport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe