Advertisment

ଶ୍ୱଶୁରକୁ ଛୁରୀ ଭୁସି ହତ୍ୟା କଲା ଜ୍ୱାଇଁ

ବାଲିଗୁଡା ଗୁଳିମରା ସାହିର ଟୁନା ପ୍ରଧାନଙ୍କ ଝିଅ ସୁଭଦ୍ରା ଚୌଧୁରିକୁ ୧୩ ବର୍ଷ ପୂର୍ବେ ବିବାହ କରିଥିଲେ ସୀମାଞ୍ଚଳ

Deadbody

Deadbody

Advertisment

ପାରିବାରିକ ବିବାଦର କରୁଣ ପରିଣତି। ଶ୍ୱଶୁରଙ୍କୁ ଛୁରୀ ଭୁସି  ଜଣେ  ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ଗୁଳିମରା ସାହିରେ। ପୁଲିସ ଜ୍ୱାଇଁ ସୀମାଞ୍ଚଳ ଚୌଧୁରୀକୁ ଗିରଫ କରିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଟୁନା ପ୍ରଧାନ। ସୀମାଞ୍ଚଳଙ୍କ ଘର ବ୍ରହ୍ମପୁର ଗେଟ ବଜାରରେ ଅଞ୍ଚଳରେ ବୋଲି ଜଣାଯାଇଛି।

Advertisment

ବାଲିଗୁଡା ଗୁଳିମରା ସାହିର ଟୁନା ପ୍ରଧାନଙ୍କ ଝିଅ ସୁଭଦ୍ରା ଚୌଧୁରିକୁ ୧୩ ବର୍ଷ ପୂର୍ବେ ବିବାହ କରିଥିଲେ ସୀମାଞ୍ଚଳ। ବିବାହ ପରଠୁ ଉଭୟ ସ୍ୱାମୀସ୍ତ୍ରୀ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ବିବାହର ୩ ବର୍ଷ ପରେ ସୁଭଦ୍ରା ନିଜ ବାପଘର ବାଲିଗୁଡ଼ାରେ ଆସି ରହୁଥିଲେ। ସୀମାଞ୍ଚଳ ମଧ୍ୟ ବାଲିଗୁଡାରେଏକ ଘର ଭଡ଼ା ନେଇ ରହୁଥିଲେ। ଗତକାଲି  ନିଶାସକ୍ତ  ଅବସ୍ଥାରେ ସୀମାଞ୍ଚଳ ଶ୍ୱଶୁର ଘରେ ପହଞ୍ଚି ନିଜ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ତାଙ୍କ ଶ୍ୱଶୁର ଟୁନା ଘରେ ପହଞ୍ଚି ପାଟିତୁଣ୍ଡ କାହିଁକି କରୁଛ ବୋଲି ପଚାରି ଥିଲେ। ସୀମାଞ୍ଚଳ ମଧ୍ୟ ତାଙ୍କ ଶ୍ୱଶୁରଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା।  ପରେ ଉତକ୍ଷିପ୍ତ ହୋଇ ସୀମାଞ୍ଚଳ ପାଖରେ ରଖିଥିବା ଛୁରୀ କାଢ଼ି ଶ୍ୱଶୁର ଛାତିରେ ଭୁସି ଦେଇଥିଲେ।  ବାଲିଗୁଡା ପୁଲିସ ପହଞ୍ଚି  ସୀମାଞ୍ଚଳକୁ ଗିରଫ କରିଥିଲା। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe